STORYMIRROR

Pranati Panda

Classics Inspirational

3  

Pranati Panda

Classics Inspirational

ପ୍ରେମୀ ଓ ସ୍ୱାମୀ

ପ୍ରେମୀ ଓ ସ୍ୱାମୀ

1 min
199


ପ୍ରେମୀ ଯଦି ରହେ ମନର ଭିତରେ

ସ୍ଵାମୀ ସ୍ଥାନ ହୃଦୟରେ ,

ହୃଦୟ ସଞ୍ଜତ ମନ ଆତଙ୍କିତ

ହୁଏ ବେଳେ ଅବେଳରେ ।


ପ୍ରେମୀ ସାଜିଥାଏ ପଥରର ଚୁଡ଼ି

ପ୍ରଣୟିନୀ ସାଥୀ ପାଇଁ ,

ପତି ଶୋଭାପାଏ ଶଙ୍ଖା ସିନ୍ଦୂର ରେ

ପରିଣୀତା ସୁଖ ଦେଇ ।


ପ୍ରେମୀ ଯଦି ହୁଏ ବାଡ଼ୁଅ ବେଳର

ପଟେ ପଟେ ପାଣି କାଚ ,

ସ୍ଵାମୀ ତ ହୁଅଇ ସାରା ଜୀବନର

ଶକ୍ତ ସୁରକ୍ଷା କବଚ ।


ପ୍ରେମୀଟିଏ ଯଦି ପତି ହୋଇଯାଏ

ଭାଗ୍ୟ ସୌଭାଗ୍ୟେ ବଦଳେ ,

ସାଥୀ ଚଲାପଥ କୁସୁମିତ ହେଲେ

ଶ୍ରୀ, ସମୃଦ୍ଧି , ଶାନ୍ତି ମିଳେ ।


       


Rate this content
Log in

Similar oriya poem from Classics