Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
175



ବୈଶାଖ ଶୁକ୍ଳ ତୃତୀୟା ତିଥିର

  ଅମୃତ ଲଗନ ବେଳା

ଓଡ଼ିଆ ଜାତିର ନିଜସ୍ଵ ପରବ

  ଶୁଭ ଅକ୍ଷୟ ତୃତୀୟା ।

କୃଷକ ଦିବସ  ଭାବରେ ସ୍ଵୀକୃତ

    ଏହା ଅନୁକୂଳ ଦିନ

କୃଷକ ଘରଣୀ  ସଜବାଜ କରେ

    ଅକ୍ଷିମୁଠି ସରଞ୍ଜାମ ।

ନୂଆ ଟୋକେଇରେ ହଳଦୀ ଚନ୍ଦନ

    ସିନ୍ଦୂର ବୋଳା ବିହନ

ପିଠାପଣା ସାଥେ  ରହିଥାଏ ଧାନ

   ନୂଆ ଗଉଣୀରେ ପୂର୍ଣ୍ଣ ।

ନୂଆ ବସ୍ତ୍ର ପିନ୍ଧି   କୃଷକ କରଇ

     ଅକ୍ଷିମୁଠି ଅନୁକୂଳ

ମୁଣ୍ଡରେ ଟୋକେଇ ମୁଣ୍ଡାଇ ଯାଏସେ

    କୃଷିକ୍ଷେତ୍ର ଆପଣାର ।

ଶଙ୍ଖ ହୁଳହୁଳି  ପଡ଼ଇ ଉଛୁଳି

    କୃଷକ ଆନନ୍ଦ ମନେ

ପୋତେ ଅକ୍ଷିମୁଠି ଐଶାନ କୋଣରେ

   ବିହନ ମୁଠାରେ ବୁଣେ ।

ମାତା ଲକ୍ଷ୍ମୀଙ୍କର  କରେ ଆବାହନ

  ଲଗାଏ ନୈବେଦ୍ୟ ଭୋଗ

ମନାସେ ଉତ୍ତମ ଶସ୍ୟ ଉତ୍ପାଦନ

     ଅନୁକୂଳ ପାଣିପାଗ ।

ବିବାହ ନିର୍ବନ୍ଧ  ବ୍ରତୋପନୟନ

    ଗୃହ ନିର୍ମାଣର କାର୍ଯ୍ୟ

ସାଧାରଣ ଭାବେ ଏହି ଶୁଭ ଦିନ

    ଅନୁଷ୍ଠାନ ହୁଏ ଧାର୍ଯ୍ୟ ।

ପ୍ରଭୁ ବଳରାମ  ରେବତୀ ବିବାହ

   ଶ୍ରୀକ୍ଷେତ୍ରେ ହୁଏ ପାଳନ

ଚନ୍ଦନ ଯାତ୍ରାର  ଅୟମ ଆରମ୍ଭ

     ରଥର ଶୁଭ ନିର୍ମାଣ ।

ଏହି ଶୁଭ ଦିନ ତ୍ରେତୟା ଯୁଗର

    ହୋଇଥିଲା ଶୁଭାରମ୍ଭ

ଲଭିଥିଲେ ଜନ୍ମ  ପ୍ରଭୁ ପର୍ଶୁରାମ

   ଭକ୍ତ ଶ୍ରେଷ୍ଠ ଜୟଦେବ ।

ପୁରାଣ ପ୍ରସିଦ୍ଧ  ପରମ ପବିତ୍ର

   ଅକ୍ଷୟ ତୃତୀୟା ତିଥି

ହେଉ ସୁସ୍ମରଣ  ଅମୃତ ମହତ୍ତ୍ଵ

    ଜାତି ସ୍ମୃତି ସୁସଂସ୍କୃତି ।


  



Rate this content
Log in

Similar oriya poem from Classics