STORYMIRROR

Bijaya kumar panda

Classics

3  

Bijaya kumar panda

Classics

ଉତ୍କଳୀୟ ନବବର୍ଷ

ଉତ୍କଳୀୟ ନବବର୍ଷ

1 min
177

ଚୈତ୍ର ଶୁକ୍ଳ ପ୍ରତିପଦା ସର୍ଜନା ସୃଷ୍ଟିର

ଏହି ଦିବସରେ ହୁଏ ଗଣନା କାଳର

ଋତୁ ବଦଳିବା ପାଇଁ ଅଟଇ କାରଣ

ଯୁଗାଦ୍ଦର ହୋଇ ଥାଅଇ ପରିବର୍ତ୍ତନ।

ରାମଙ୍କର ହୋଇଥିଲା ରାଜ୍ୟାଭିଷେକ

ସର୍ଜନା କରିଥିଲେ ବ୍ରହ୍ମା ଏହି ଧାରାର

ବିକ୍ରମାଦିତ୍ୟ ଦୟାନନ୍ଦ ଅଙ୍ଗଙ୍କ ଜନମ

ଇଶ୍ଵର ବିଶ୍ବାସୀ ସଦା ଆମର ଗୌରବ।

କୃଷକର ଦାନେ ଆମେ ପଣା କରି ପାନ

ଜୀବପ୍ରତି ଦୟା ଭାବ କରଇ ପୋଷଣ

ବୃକ୍ଷ ଯେ ଦେବତା ଭାବ ପ୍ରକାଶିଣ

ତା ମୂଳରେ ଜଳ କ୍ଷୀର କରଇ ପ୍ରଦାନ।

ବର୍ଣ୍ଣିତ ପୁରାଣ ପୁଣି କହିଛି ବିଜ୍ଞାନ

ତୁଳସୀ ପତ୍ରରେ ରହିଛି ଅନେକ ଗୁଣ

ବସୁନ୍ଧରା ପୂଜି କରୁ ବର୍ଷାକୁ ଆହ୍ୱାନ

ତେତିଶ କୋଟି ଦେବତା କରଇ ଦର୍ଶନ।

ପ୍ରତ୍ୟେକ୍ଷ ଦେବତା ଅଟଇ ଦିବାକର

ବିଷୁବ ରେଖାରେ ସେ ଦଣ୍ଡାୟମାନ

ବିଷୁବ ସଂକ୍ରାନ୍ତି ନାମେ କରି ଥାଉଁ ପାଳନ

ଅତୀତ ଗୌରବ ସହ ଶୁଭ କାର୍ଯ୍ୟ ଆରମ୍ଭ।

ଚୈତ୍ର ଶେଷ ପାଇଁ ଚୈତ୍ର ପର୍ବ ନାମେ ବିଦିତ

ପାଟଭକ୍ତାଙ୍କର ସର୍ବଦା କରି ଥାଉଁ ପୂଜନ

ଧର୍ମ ମାସ ନାମରେ ରାଜ୍ୟରେ ବିଦିତ

ପୂର୍ଣ୍ଣ କୁମ୍ଭ ପିଠାପଣା ହୁଏ ଭଜନ କୀର୍ତ୍ତନ।

ଆମ୍ବ ଯେ ଅଟଇ ଆମ ଜାତୀୟ ଫଳ

ଦିଅଁଙ୍କ ପାଖରେ ଭୋଗ ଲାଗେ ପ୍ରଥମ

ହନୁମାନଙ୍କ ର ଫଳ ଅଟଇ ଯେ ପ୍ରିୟ

ତାଙ୍କ ଜୟନ୍ତୀ ସେହି ଦିନ ହୁଏ ପାଳନ।

ପ୍ରଥମ ମାସ ବୈଶାଖ ଅଟେ ଏହା ମେଷ

ମେଷ ସଂକ୍ରାନ୍ତି ନାମେ ତାହା ବିଖ୍ୟାତ

ଜଳ ଛତ୍ର ଖୋଲା ଯାଏ ଛକ ପରେ ଛକ

ଓଡ଼ିଆ ନବବର୍ଷକୁ ସର୍ବେ କରୁ ସ୍ୱାଗତ।

ଧର୍ମରାଜ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ

ଜାତୀୟ ସଂହତିର ଦିଏ ପରିଚୟ

ବୀରଭୂମି ଓ ସକ୍ଷମ ଅଟେ ଓଡ଼ିଶା ଆମ

ଉତ୍କଳ ନବବର୍ଷ ରେ ଘେନ ଅଭିନନ୍ଦନ।

ହିନ୍ଦୁ ନବବର୍ଷ ନାମରେ ହୋଇଅଛି ନାମିତ

ବୈଶାଖ ପ୍ରଥମ ଦିନରେ କରୁ ପାଳନ

ମାତୃଭୂମି ମାତୃଭାଷା ଅଟେ ଯେ ମହାନ୍

ତାଙ୍କ ହୃଦୟେ ଚନ୍ଦନ ରେ ଦେବା ଆମେ ଲେପ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics