STORYMIRROR

SushreeBaisakhi Sahoo

Classics Others

3  

SushreeBaisakhi Sahoo

Classics Others

ଜୀବନ ର ଅଙ୍କା ବଙ୍କାପଥ

ଜୀବନ ର ଅଙ୍କା ବଙ୍କାପଥ

1 min
241

ଜୀବନର ଚଲା ପଥରେ

ମୁଁ ଏକ ବାଟୋଇ ,

ଆରମ୍ଭ ଜନ୍ମ ରୁ ହେଲେ

ଶେଷ ହୁଏ ମୃତ୍ୟୁରେ,

ଚିହ୍ନା -ଅଚିହ୍ନା ଲୋକ ସବୁ

କରିଦିଅନ୍ତି ହୃଦୟରେ ଘର,

ଶେଷରେ ମୁଁ ହଜିଯାଇଛି

ଏହି ଚିହ୍ନା -ଅଚିହ୍ନା ସମ୍ପର୍କ ଭିତରେ,

ଆଉ କେତେବେଳେ ହାରିଯାଏ ମୁଁ

ଏଇ ସତ ମିଛର ଛକି ଶୂନ ଖେଳରେ,

କେତେ ପ୍ରଶଂସା ମିଳେ

ତ କେବେ ନିନ୍ଦା,

ତଥାପି ସୁଖ ଦୁଃଖକୁ ସାଇତି ରଖିଛି

ମୁଁ ହୃଦୟ ଭିତରେ,

କିଛି କଥା ମନେ ରୁହେନି

କିଛି କଥା ଭୁଲି ହୁଏନି,

ରାସ୍ତା ରେ କଣ୍ଟା ଥାଉ ଅବା ଅନ୍ଧାର

ଜୀବନର ପଥ ରେ ଚାଲୁଛି ଆଉ ଚାଲୁଥିବି,

ସବୁ ସ୍ମୃତିକୁ ସାଇତି ରଖି

ଏଇ ଜୀବନ ର ଅଙ୍କା ବଙ୍କା ପଥରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics