STORYMIRROR

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ମହେନ୍ଦ୍ରଗିରି

ମହେନ୍ଦ୍ରଗିରି

1 min
179


ରାମାୟଣ ମହାଭାରତ ପ୍ରସିଦ୍ଧ

ପୂର୍ବଘାଟର ପର୍ବତ

ମଳୟ ସହ୍ୟାଦ୍ରି ବିନ୍ଧ୍ୟ ସୁକ୍ତିମାନ

ଦକ୍ଷିଣ ଅମରନାଥ ।


ଗଜପତି ଜିଲ୍ଲା ପାରଳାଖେମୁଣ୍ଡି

ମଳୟବନ ଅଞ୍ଚଳ

ମହାନଦୀ ଠାରୁ ବ୍ୟାପ୍ତ ଗୋଦାବରୀ

ମହେନ୍ଦ୍ର ପର୍ବତ କୁଳ ।


ଖ୍ୟାତ ପର୍ଶୁରାମ ଭାରଗବ ରାମ

ଭଗବାନ ଚିରଞ୍ଜିବୀ

କରନ୍ତି ତପସ୍ୟା ନିକାଞ୍ଚନ ବନେ

ଆରାଧ୍ୟ ଶଙ୍କର ପୂଜି ।


ବୀର ଅର୍ଜୁନଙ୍କ ପରିଯାତ୍ରା ସ୍ଥାନ

ମନ୍ଦିର ବିରାଜମାନ

ଦର୍ଶାଏ ଏ ସ୍ଥାନ ପୁରାଣ ମହତ୍ତ୍ଵ

ମହେନ୍ଦ୍ର ଗିରି ମହାନ ।


ଶୋଭଇ ଏଠାରେ ଗୋକର୍ଣେଶ୍ୱର

ପ୍ରସିଦ୍ଧ ଶିବ ମନ୍ଦିର

ପୂଜନ୍ତି ସକଳେ ଆନନ୍ଦ ମନରେ

ଭକ୍ତିରେ ହୋଇ ବିହ୍ୱଳ ।


ସବୁଜ ସୁନ୍ଦର ବନରାଜି ଶୋଭା

ପରମ ପବିତ୍ର ସ୍ଥାନ

ଗୈ।ରବ ଅଟଇ ଓଡ଼ିଶା ରାଇଜେ

ଲୋଡ଼ା ତାର ସଂରକ୍ଷଣ ।


   



இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Classics