STORYMIRROR

Sanjya Tripathy

Classics

3  

Sanjya Tripathy

Classics

ମୋ ଗାଁର ମରିବା

ମୋ ଗାଁର ମରିବା

1 min
267


ସେ ଏକ ଛାୟାଶୀତଳ ବ୍ରାହ୍ମମୁହୂର୍ତ

ଘରେ ପାଦ ଦେବା ପରେ ଦେଖିଲି ମାକୁ

ମୋ ନିତ୍ୟକର୍ମ ସରିବା ପରେ ଗରମ ବାଫ

ବାହାରୁ ଥିବା କପେ ଚା

ତା ପରେ ଦୈନନ୍ଦିନ ଜୀବନଚର୍ଯ୍ୟା

ପରିବା କାଟୁ କାଟୁ ଚାଲିଗଲା ନାଁ

କେତେ ବଂଧୁ ବାଧବ ଡାକ୍ତର

କଣ ବା କରିଥାନ୍ତେ ?

ନିୟତିର ଇଚ୍ଛା କ୍ରମେ ଏଇ ହାତରେ

ପୋଡି ଦେଲି ମୋ ଜନ୍ମଦାତ୍ରୀ ଗାଁ କୁ

ତାହା ଏକ ଅପ୍ରେଲର ନିଦାଘଭରା ସଂଧ୍ୟା

ଗାଁଙ୍କ କ୍ରିୟାକର୍ମରେ ମସଗୁଲ

ମନେ ରଖିପାରିଲିନି ସେ ଦିନର ସମସ୍ତ କାହାଣୀ

ଆତ୍ମୀୟସ୍ବଜନ ଓ ପଡୋଶୀଙ୍କ ଶାଳ୍ପନାଭରା ଅପରାହ୍ନ

ଯିବା ପରେ ସବୁ ଶୁନଶାନ-ନିସ୍ତବଧ, ନିଶ୍ଚଳ

ପୋଲିସ ମୋବାଇଲ ଭ୍ୟାନଟି ଚାଲିଗଲା ତା ସମୟରେ

ଧୀରେ ଧୀରେ ଗହଳି ପାତଳ ହେଲା

ହେଲେ ପାତଳ ହେଲାନି ମୋର ଅବରୁଦ୍ଧ

କୋହ ଅଂତର୍ଦାହ ।

ନାଁ ଥିଲା ମୋର ପ୍ରେରଣାଦାୟିନୀ ତ୍ୟାଗ ସେବା ଓ

କରୁଣାର ପ୍ରତିମୂର୍ତ୍ତି

ଏବେ ମୋତେ ମୋ ଗାଁର ମରିବା ଦିନର କଥା କୁହ ।

ସେ ଦିନଟା ଥୁଲା ଟିକେ ଭିନ୍ନ

ସଂଦିହାନ ଥୁଲା ନିଜ ଶକ୍ତି ଓ ସାମର୍ଥ୍ୟ ଉପରେ

ସେଇ ପାଇଁ ବିନା ପ୍ରତିରୋଧରେ ସମର୍ପି

ଦେଲା ଏକ ଆତ୍ମା

ସମସ୍ତେ କ୍ୟୁତ, ଅବଶ, ଅବସନ୍ନ ଥିଲେ

କାରଣ ସମସ୍ତଙ୍କର ଜୀବନରେଖା ଥିବା ମୋ ଗାଁ

ସମସ୍ତଙ୍କର ଶତବାରଣ ସତ୍ଵ ସମର୍ପି ଦେଲା ତା ଜୀବନ

ଜଗତକଲ୍ୟାଣ ପାଇଁ ପ୍ରେତର ପୁନର୍ଜନ୍ମ ପାଇଁ

ମୋ ନାଁ କରିଥିଲା ମୋତେ ଫିନିସ

କେତେ ଦିନ ବା ପ୍ରଚ୍ଛଦପଟରେ ଲଢୁଥାନ୍ତା ନିୟତି ସହ

ମୋତେ ବଂଚାଇବା ପାଇଁ ନିଜେ ଆତ୍ମବଳି ଦେଲା

ଶିଖେଇ ଦେଇ ନିଜେ ମରି ଅନ୍ୟକୁ ବଂଚାଇବାର କଳା

ମୋତେ ପରିବାରକୁ- ସସାଗରା ଧରାକୁ

ସେ ଦିନଟି ନିର୍ଭେ ଥିଲା କିଛି ଭିନ୍ନ

ମଧୁକ୍ଷରା ସୁରଭୀ ଓ ପୋଷା ଶୁଆ ବି କାଂଦିଲେ

ସାହି ପଡିଶା ସମସ୍ତେ ବିମୋହିତ ହେଲେ

କୁଶବଦ୍ଧ ହୋଇଥିବା ମୋ ଗାଁକୁ ଦେଖି

ବୃତଚ୍ୟୁତ ଫୁଲର ଗହଗହ ବାସନା ଚହଟାଇ

ପୁଣି ଆଲୋକିତ କଲା ସମସ୍ତଙ୍କ ଚେତନା

ଏବେ ସମସ୍ତେ ବୁଝିଲେ- ମୋ ଗାଁ ଜନ୍ମମୃତ୍ୟୁରୁ ଉର୍ଦ୍ଧରେ

ଅନ୍ୟତ ନୀଳମାଉରା ଏକ ମହାଜାଗତିକ ସଭା

ଅଜର ଅମର ଅବିନଶ୍ୱର

ସମସ୍ତେ ଦେଖିଲେ ମୃତ୍ୟୁଚେତନା ଜୀବଂତ ହେବାର ବେଳ

ଅଦୃଶ୍ୟ କାଳି ରେ ଲିପିବଦ୍ଧ ହେଲା ସେ ଦିନର

ଅବୋଲକରା କାହାଣୀ

ଏବେ ମୋ ନାଁ ମରିଯାଇଥୁବା ଦିନର କଥା କୁହ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics