STORYMIRROR

Tapaswini DashSarangi

Abstract Classics Inspirational

3  

Tapaswini DashSarangi

Abstract Classics Inspirational

ମୋ ବୋଉ

ମୋ ବୋଉ

1 min
270

ମୋ ବୋଉ

ସର୍ବଂସହା ବସୁଧା ସେ

ଯାଏ ସବୁ ସହି

ସହିବାକୁ ସତେ ତା'କୁ

ଗଢ଼ି ଅଛି ବିହି।

 

ମୋ ବୋଉ

ତ୍ୟାଗମୟୀ ସ୍ଵରୂପା ସେ

ତ୍ୟାଗର ମୂରତି

ତ୍ୟାଗ ପୂଜାରିଣୀ ସିଏ

ତ୍ୟାଗେ ସଦା ମତି।


ମୋ ବୋଉ

ଅନ୍ନପୂର୍ଣ୍ଣା ଅନ୍ନଦାତ୍ରୀ

ଲକ୍ଷ୍ମୀବତି ନାରୀ

ପେଟ ଚିହ୍ନିବାରେ କେ

ହବନି ତା' ସରି।


ମୋ ବୋଉ

ପୂଣ୍ୟତୋୟା ଜାହ୍ନବୀ ସେ

ପବିତ୍ରା ମନନା

କୋମଳ ସରଳ ଚିତ୍ତା

ସିଏ ପତିପ୍ରାଣା।


ମୋ ବୋଉ

ଦୟାମୟୀ ମୂରତି ସେ

ପର ଦୁଃଖେ ଦୁଃଖୀ

ଆନ ବିଷାଦେ ତା'ର

ମନ ଯାଏ ଶୁଖି।


ମୋ ବୋଉ

ନାରିକେଳ ପରି ସିଏ

ଉପରେ କଠୋର

ହୃଦୟୁ ତା ଝରୁଥାଏ

ଅମୃତର ନୀର।


ମୋ ବୋଉ

ଅବର୍ଣ୍ଣନୀୟା ମୋ ବୋଉ

କ୍ଷମାର ସାଗରୀ

ସଦା ସୁଖୀ ସିଏ ଥାଏ

ଦେଖି ଆନ ଶିରି।


ମୋ ବୋଉ

ତା' ପାଇଁ ମୋଳ

ଏତିକି ଗୁହାରୀ

ବିଭୂ ଆଶୀଷେ ହେଉ

ସେ ଶତାୟୂ ନାରୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract