ମୋ ବୋଉ
ମୋ ବୋଉ
ମୋ ବୋଉ
ସର୍ବଂସହା ବସୁଧା ସେ
ଯାଏ ସବୁ ସହି
ସହିବାକୁ ସତେ ତା'କୁ
ଗଢ଼ି ଅଛି ବିହି।
ମୋ ବୋଉ
ତ୍ୟାଗମୟୀ ସ୍ଵରୂପା ସେ
ତ୍ୟାଗର ମୂରତି
ତ୍ୟାଗ ପୂଜାରିଣୀ ସିଏ
ତ୍ୟାଗେ ସଦା ମତି।
ମୋ ବୋଉ
ଅନ୍ନପୂର୍ଣ୍ଣା ଅନ୍ନଦାତ୍ରୀ
ଲକ୍ଷ୍ମୀବତି ନାରୀ
ପେଟ ଚିହ୍ନିବାରେ କେ
ହବନି ତା' ସରି।
ମୋ ବୋଉ
ପୂଣ୍ୟତୋୟା ଜାହ୍ନବୀ ସେ
ପବିତ୍ରା ମନନା
କୋମଳ ସରଳ ଚିତ୍ତା
ସିଏ ପତିପ୍ରାଣା।
ମୋ ବୋଉ
ଦୟାମୟୀ ମୂରତି ସେ
ପର ଦୁଃଖେ ଦୁଃଖୀ
ଆନ ବିଷାଦେ ତା'ର
ମନ ଯାଏ ଶୁଖି।
ମୋ ବୋଉ
ନାରିକେଳ ପରି ସିଏ
ଉପରେ କଠୋର
ହୃଦୟୁ ତା ଝରୁଥାଏ
ଅମୃତର ନୀର।
ମୋ ବୋଉ
ଅବର୍ଣ୍ଣନୀୟା ମୋ ବୋଉ
କ୍ଷମାର ସାଗରୀ
ସଦା ସୁଖୀ ସିଏ ଥାଏ
ଦେଖି ଆନ ଶିରି।
ମୋ ବୋଉ
ତା' ପାଇଁ ମୋଳ
ଏତିକି ଗୁହାରୀ
ବିଭୂ ଆଶୀଷେ ହେଉ
ସେ ଶତାୟୂ ନାରୀ।