STORYMIRROR

DR SAMIR RANJAN BEHERA

Abstract Classics Inspirational

3  

DR SAMIR RANJAN BEHERA

Abstract Classics Inspirational

ଏ କଳିଯୁଗ

ଏ କଳିଯୁଗ

1 min
184

ମୋହମାୟାର ଏ ଦୁନିଆ

ଏଠି କେହି ନୁହଁ କାହାରି

ସୁଖର ସାଥି ସଭେଁ ଏଠି

ଦୁଃଖରେ ଯାଆନ୍ତି ଓହରି ll

ଧନ ଥିଲା ବେଳେ ସଭିଏଁ ହେବେ ପଚାରି

ଗରିବ ହୋଇଲେ ତୁ ସବୁ ଯିବେ ଓହରି

ଏଇ ବାବୁ କଳିଯୁଗ

ଏଠି ଭଲ କଲେ କଷ୍ଟ ପାଇବ

ଆଉ ଭେଲ କଲେ ଆନନ୍ଦ ପାଇବ

ସାଧୁ ହେଲେ କାନ୍ଦି ଚଳିବ

ଆଉ ଅସାଧୁ ହେଲେ ହସ

କାରଣ ଏ କଳିର ଚକ୍ରଫାସ  ll

 ଏ ବାବୁ କଳି ଯୁଗ

ଏଠି କଳି ଅଛି ସ୍ୱାର୍ଥ ଅଛି ଅଧର୍ମ ବୋହୁଛି

ମିଛ ପାଖେ ସତ ବନ୍ଧା ପଡିଛି

ଅନ୍ୟାୟର ଫାସରେ ନ୍ୟାୟୀ ଜଳୁଛି

ପ୍ରତି ପାହାଚରେ ଡିନାମାଇଟ ଅଛି

ଖାଲି ଅପେକ୍ଷା ବିସ୍ଫୋରଣକୁ ବାକି ଅଛି ll

ଏଠି ସବୁ ମିଛ, ସବୁ ମାୟା ସବୁ ମୋହ

ସାବଧାନରେ ମନ

ନହେଲେ ହେବୁ କହଦହ

ସଂସାର ମୋହରେ

ମରିବୁ ତୁହି ଜଳି ଜଳିରେ

ସବୁବେଳେ ଭଜିଚାଲ ପରଂବ୍ରହ୍ମଙ୍କୁ ନିରାକାର କୁ ll

ସବୁବେଳେ ହେଜୁଥିବୁରେ ମନ

ତୁମର କଣ ଗଲା ଯେ କାନ୍ଦୁଛ

କଣ ନେଇ ଆଣିଥିଲୁ ତୁ ହଜେଇଦେଲୁ

କଣ ଯେ ଗଢିଥିଲୁ ଭାଙ୍ଗି ତୁ ଦେଲୁ

ଆଜି ଯାହା ଦେଖୁଛୁ ତୋର

କାଲି ସେଇଟା ଥିଲା ଆଉ କାହାର

ପୁଣି ପର ଦିନ ହେବ ଆଉ କାହାର

ପରିବର୍ତନ ନିୟମ ଏ ସଂସାରର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract