STORYMIRROR

Sunanda Mohanty

Abstract Classics Others

3  

Sunanda Mohanty

Abstract Classics Others

ବାଟୋଇ ର ଆଶା

ବାଟୋଇ ର ଆଶା

1 min
223


ବାଟ ସାରା ଶିଉଳୀ 

ଖସିଗଲେ ପାଦ 

ଅଥଳ ଅଚଳ ଆକୁଳ 

ରକ୍ଷାକର ବନମାଳୀ 

ବାଟସାରା ଖସଡ଼ା 

ଖସିଗଲେ ପାଦ 

ଚାରିପାଦ ଆଗକୁ 

କି ଚାରିପାଦ ପଛକୁ 

ମାନିବିନି ଅର୍ଦ୍ଧଳି କି ଅଡା 

ଯୋଡ଼ିବେତ ଯେତେ ବାଡା 

ବାଟ ଯଦି ଅମଡ଼ା 

ଆଗେ ଆଗେ ଥିବ ତମେ 

ପଛେ ପଛେ ମୁଁ ଗମେ 

ବୁଲିଚାହିଁଲେ ଦିଶିବ ମୋ 

 ସାକ୍ଷୀଗୋପାଳ ପଡା 

ସେଇଠି ରହି

 ବୋଲାଇବ ଗୋପୀନାଥ 

ରାଧାରାଣୀ ଧରିଥିବେ 

 ହାତେ ଫୁଲତୋଡ଼ା 

ବାଟ ଯଦି କଣ୍ଟକିତ 

ହୁଏ ମୁଁ ଆତଙ୍କିତ 

ଉଦ୍ଧାର ମୁଁ ଛାର ପତିତ 

ତୁମେତ ମହା ଗଣିତ 

ପୁଣି ଭାବର ସାହିତ୍ୟ 

ମୁଁ ଯାହା ନିଉଛଣା 

ବାଟଯଦି ଗୋଲାପରଫୁଲ 

କିଏ ବା କାହିଁ ଆସିବ 

ତମ ଏ ଦେଉଳେ 

ଶଙ୍ଖ ମଲମଲ ଅବା 

ଦୀପ ମହମହ ଝୁଣା ଚହଚହ 

ସେଥିପାଇଁ ତମ ହସରୁ

 ଝରେ ମଲ୍ଲୀଫୁଲ 

ଅସହାୟ ଅବଶ 

ମୁଁ ଖୋଜେ ତାରାଫୁଲ

ଗୋସେଇଁ ଟିକେତ 

ହାତ ଧରି ମୋର ଚାଲ 

ବାଟ ସାରା କୁହୁଡି ରେ 

ମୁଁ ଆକତାମାକତା 

ବାଟସାରା କଣ୍ଟା 

ଝୁଣ୍ଟି ଝୁଣ୍ଟି ଭାଙ୍ଗିଲେ ବି ଅଣ୍ଟା 

କରୁଣା ତୁମ ମୋ ପାଇଁ ନୁହେଁ ନିଅଣ୍ଟା 

ବାଟ କେବେ ଅଜଣା 

କେତେ ଆକଟ କଟକଣା 

ତଥାପି ଗୋଟାଇ ଚଳୁଛି ତୁମ୍ଭ କରୁଣା 

ବାଟ ସାରା ମିଛ ମାୟା ମୋହ 

ତୁମ୍ଭେ ଯଦି ଅଛ ଦୟାମୟ 

ମୋର ଖାଲି ଜୟ ନାହିଁ ପରାଜୟ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract