ପ୍ରେମ ଓ ପ୍ରତୀକ୍ଷା
ପ୍ରେମ ଓ ପ୍ରତୀକ୍ଷା
ବାପା ମାଆ ଙ୍କୁ ମୁଁ କରିଥିଲି ପ୍ରେମ
ଏଵେ ବି କରିଛି ଅପେକ୍ଷା'
ଆର ଜନମ ରେ ପାଇବି କି ନାହିଁ
ତଥାପି କରିଛି ପ୍ରତୀକ୍ଷା ।
ଅଜା ଆଇଙ୍କୁ ମୁଁ କରିଥିଲି ପ୍ରେମ
ପାଇନାହିଁ ଜମା ତିତିକ୍ଷା
ଆଉକି ପାଇବି ସେ ସ୍ନେହ ଶରଧା
ଦେଇ ଦେଇ ଯେତେ ପରୀକ୍ଷା ।
ଜେଜେ ଜେଜେମାଙ୍କୁ କରୁଥିଲି ପ୍ରେମ
ପାଇନାହିଁ ପ୍ରତାରଣା ଧୋକା
ପିତୃପୁରୁଷ ହେଲେଣି ବହୁଦିନୁ
ମାଗେ ଆର୍ଶୀବାଦ କଣିକା ।
ସାଙ୍ଗ ସାଥି ସବୁ ପ୍ରେମେ ଥିଲେ ବନ୍ଧା
ବାଟ ଚାଲୁ ଚାଲୁ ନାହାନ୍ତି ଏହି କ୍ଷଣିକା
ଆଉ ଏ ଜୀବନେ ଭେଟିବି କି ନାହିଁ
କିଏ ଜାଣେ କେବେ କେଉଁ ଭାଗ୍ୟରେଖା ।
ଯିଏ ବି ଅଛନ୍ତି ପାଖେ ଦୂରେ ସପ୍ରେମେ
ଥାଆନ୍ତୁ ସଦା ମାଗେ ଆର୍ଶୀବାଦ
ଭିକ୍ଷା
ଯାହା ସବୁ ପ୍ରେମ ଦେଇଛ ହେ ନାଥ
କରିବିନି ଜମା କେବେ ଉପେକ୍ଷା ।
ଅଢେଇ ଦିନର ବଡେଇ ନଦେଖେଇ
ସଂସାରେ ମିଳେ ଯେଉଁ ପ୍ରେମ ଅଦେଖା
ଆଡେଇ ନଦେଇ ଘୋଡେଇ ରଖିଲେ
ଜୀବନରେ ଖୁସି ପ୍ରୀତି ମୟୂଖା ।
ଅଢେଇ ଅକ୍ଷର ସେ ପ୍ରେମ ଶବ୍ଦ ର
କରିବାନି କେବେକେହି ଅଣଦେଖା
ପସ୍ତେଇବାକୁ ହେବ ମିଳିବ ନାହିଁଟି
କର ଯିଏ ଯେତେ ଅପେକ୍ଷା ।
ନାରୀ ଓ ପୁରୁଷ ଭିତରେ ପ୍ରେମ ପ୍ରତୀକ୍ଷା
ସ୍ତ୍ରୀ ଓ ସ୍ୱାମୀ ଦିଅନ୍ତି ପ୍ରେମର ପରୀକ୍ଷା
ସଭିଙ୍କ ଭିତରେ ଉଣା ହେଲେ ପ୍ରେମ ତିତିକ୍ଷା
ପ୍ରେମ ଚିରନ୍ତନ ଶାଶ୍ୱତ ମଧୁମକ୍ଷିକା ।
ନରହୁ କାହାକୁ କେବେ ଅପେକ୍ଷା
ପ୍ରେମ ମାରୁଥାଉ ଆଖିମିଟିକା
ଚକାଆଖିଆଙ୍କ ପ୍ରେମପାଇଁ ଯାହା ପ୍ରତୀକ୍ଷା l