STORYMIRROR

Ansuman Swain

Classics

3  

Ansuman Swain

Classics

ମା

ମା

1 min
244

ଏମିତି ଏକ   କୁହୁକ ଶବ୍ଦଆଖିରେ

ଭରେ  କେତେ ସେ ନିଦ

   ଓପାସେ ଭୋକେ ରହି

ଏକ ଅକ୍ଷର     ନାମଟି ତାର

ଜଗତ କରେ    ସିଏ ଉଦ୍ଧାର

      ସବୁ ଦୁଃଖକୁ ସହି ।


ମା'ର ସେନେହ    କେଡେ ମଧୁର

କରଇ ଗେଲ     ଅମୂଲ ମୂଲ

     ସ୍ନେହ ଆଦରେ ଭରା

ଦେଖାଇ ଜହ୍ନ     ଖୁଆଏ ଅର୍ଣ୍ଣ

ହାତକୁ ଧରି     ଶିଖାଏ ଚାଲି

      ହେଉକି ଶୀତ ଖରା ।


ଦୁଃଖ ସୁଖରେ    ସିଏ ତ ସାଥି

ଶୁଆଇ ଦିଏ     ଶୁଣାଇ ଗୀତି

    ଲାଗେ ତ କେତେ ଶାନ୍ତି

ଛନ୍ଦ କପଟ    ନାହିଁ ତା ମନେ

ସଦା ସର୍ବଦା   କରେ ସେ ଶ୍ରଦ୍ଧା

     ସେ ତ ସୁନ୍ଦର ମୋତି ।


ଅଳି ଅଝଟ     ସବୁସେ ବୁଝେ

ନିଜ ଦୁଃଖରେ    ନିଜେ ସେ ହଜେ

     ଫୁଟାଇ ମୁଖେ ହସ,

ସବୁରି କ୍ଷେତ୍ରେ    ହୁଏ ସେ ଛିଡା

ଯେମିତି ଡାକେ   ଦିଏ ଆସରା

    ସାଜି ସୁନ୍ଦର ବେଶ......


ଶାନ୍ତିର ବାର୍ତ୍ତା    ଶିଖାଏ ନୀତି

ଗୁରୁ ଜନଙ୍କୁ    କରିବା ଭକ୍ତି

   କୁହନ୍ତି କାନେ ନୀତି ,

ଅତି ସୁନ୍ଦର   ମନଟି ତାର

ଅଜାଡି ଦିଏ  ଶାନ୍ତି ଜୁଆର 

    ସେ ତ ଅଭୁଲା ସ୍ମୃତି.....।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics