Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ନିବୃତ୍ତି

ନିବୃତ୍ତି

1 min
197



ହୋଇ ସାରିଅଛି ସେବାରୁ ନିବୃତ୍ତି

ପ୍ରବୃତ୍ତି ମୁକ୍ତ ସ୍ୱଚ୍ଛନ୍ଦ

ସମୟର ନାହିଁ ଆକଟ ପ୍ରବନ୍ଧ

ସଂସାର ବାଧା ବନ୍ଧନ ।

ସମାଜ କଲ୍ୟାଣ ସାରସ୍ୱତ ସତ୍ୟ

କାବ୍ୟ ସାହିତ୍ୟ ସୁନ୍ଦର

ସୃଷ୍ଟି ସମନ୍ୱୟ ମଙ୍ଗଳ ସାଧନ

ଜୀବନର ବ୍ରତ ମୋର ।

ବିଶ୍ଵ ନିୟନ୍ତାଙ୍କ ମହାନ ସଦିଚ୍ଛା

ସୃଜନ ପାଳନ କର୍ମେ

ନଇଁ ଯାଉ ମଥା ଶ୍ରୀପଦ ପଙ୍କଜେ

ସବୁଜ ଶ୍ୟାମଳ ଧର୍ମେ ।

ଈଶ୍ୱରଙ୍କ ଘର ପବିତ୍ର ମଧୁର

ଏ ସଂସାର ଶ୍ରୀମନ୍ଦିର

ପ୍ରବହୁ ପ୍ରଶାନ୍ତି ଜୀବନ ତଟିନୀ

ସନ୍ନିଧ୍ୟୁ ନୀଳ ସାଗର ।

ପ୍ରେମ ସହଯୋଗ ବିଶ୍ୱାସ ସମ୍ମାନ

ସୁରକ୍ଷା ସହାନୁଭୂତି

ହେଉ ଏକନିଷ୍ଠ ସମ୍ବନ୍ଧ ସମ୍ପର୍କ

ଲଭୁ ପରାଣ ମୁକତି ।

ପ୍ରଜ୍ଜ୍ୱଳୁ ଜୀବନ ଅଖଣ୍ଡ ପ୍ରଦୀପ

ନାଶ ହେଉ ଅନ୍ଧକାର

ଦିଅ ପ୍ରଭୁ ଶକ୍ତି ଟଳୁ ଦୁଃଖ କଷ୍ଟ

ସଙ୍କଟ ହେଉ ଦୂର ।

 


Rate this content
Log in

Similar oriya poem from Classics