ବର୍ଷା ଗୋ
ବର୍ଷା ଗୋ
ତୁମେ ମେଘ ହୋଇ ଝରିଗଲ
ଋତୁ ଗଲା ବଦଳି
ଆଷାଢ଼ ଯାଇ ଯୋଡ଼ା ଶ୍ରାବଣ
ଫୁଲ ଗଲା ମଉଳି।
ଚାରିଆଡେ ବର୍ଷା ଗୋ ବରଷା
ପାଣିରେ ଭରା ଶିଉଳି
ଶ୍ରାବଣୀ ଖୋଜେ ଆକାଶ ଉଆସ
ଶୁଣି ମେଘ କାକଳି।
ମେଘବର୍ଣ୍ଣା ଆନମନା ଦେଖି
ଚାତକ ଚାତକିନୀ ବାଉଳି
ମେଘ ସବାରୀରେ ବର୍ଷା ହାକୁମ ଧାବଲ
ଶୁଭେ କାହା ହାଉଳି।
ସାଧବ ବୋହୁ ପିନ୍ଧି ନାଲି ନାଲି ପାଟ
ପକାଇ ହୁଳହୁଳି
ଝଡି ବତାସ ବନ୍ୟା ଝଡ଼ ଅନ୍ଧାର ରାତି
ବେଙ୍ଗ ବେଙ୍ଗୁଲି କାଉଳି।
ମୌସୁମୀ ପରଶ ମେଘ ବରଷକୁ ବରଷ
ବର୍ଷା ଦିଏ କରତାଳି
ଶ୍ରାବଣ ଶ୍ରାବଣୀ ମିଶି କୋଳାକୋଳି
ମୌସୁମୀ ଖେଳେ ଲୁଚକାଳି
ବର୍ଷା ଆସେ ରୋଷଣୀରେ ବାଦଲ ଫାଙ୍କେ
ମାରେ ଘଡ଼ଘଡ଼ି ଦିଶେ ବିଜୁଳି।
