STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଆପଣାର କିଏ ?

ଆପଣାର କିଏ ?

1 min
254


ଆପଣାପଣରେ ଆପଣେଇ ନେଲେ

ଆପଣାର ଯାଏ ହୋଇ

ଆଜି ଅବା କାଲି ଆପଣାର ହେବ

ହିଂସା ରାଗ ଦ୍ୱେଷ ଭୁଲି

ଆନ୍ତରିକତାର କଥା ପଦେ ଶୁଣି

ଶତ୍ରୁ ହୋଇଯାଏ ଭାଇ

ପ୍ରେମ ଓ ଭଲପାଇବା ଦୁଇ ଫୁଲ

ସମ୍ପର୍କ ସେତୁର ନଈ

ତୋର ମୋର ଭାବ ଅଢେଇ ଦିନର

ସ୍ୱାର୍ଥ ସର୍ତ୍ତର ତରାଜୁ ଦୁଇ

କେହି ରହିବେନି ରହିବେ ନାହିଁଟି

ଜଳିବ ଦିନେ ଜୁଇ

ପରକୁ ଆପଣା କରିବାର କଳା

ସ୍ବର୍ଗୀୟ ଅଟେ ସେହି

ନିଜ ଚାରିପଟେ ରହୁଥିବା ବ୍ୟକ୍ତି

ରକ୍ତ ସମ୍ପର୍କ ଉର୍ଦ୍ଧ ହୋଇ

ଆପଣା ଆପଣା ଲାଗନ୍ତି ନିଜର

ଆପଣାର କଥା କହି

ଶତ୍ରୁତା ଆଚରି ରାଗ ରୋଷ ଭରି

କିଏ କି ନେଇଛି ଏ ମହୀ

ଆଜି ଯାହା କହୁ ମୋର ମୋର ବୋଲି

କାଲିକୁ ଆନର ସେହି

ଆପଣାପଣକୁ ମଣିଷ ପଶୁ ପକ୍ଷୀଙ୍କୁ

ବାଣ୍ଟି ଦେଇଗଲେ ଆପଣାର ହୋଇ

ମରିଗଲା ପରେ ମଶାଣୀ ଜୁଇର ନିଆଁରେ

କହିବେ ଆପଣାର ଥିଲା ସେହି.

ଲୁହ ବି ଆପଣାପଣରେ ବୋହିଯାଏ ଧାରେ

ଆପଣା ଆଖିରୁ ଅଶ୍ରୁ ହୋଇ

ଆପଣାର କେହି ଅଶ୍ରୁ ନିଗିଡି ଦେଇ

ଆହା ପଦେ କି କହିବ ନାହିଁ?


Rate this content
Log in

Similar oriya poem from Abstract