ମଣିଷ ରଚୁଛି ମହାଭାରତ
ମଣିଷ ରଚୁଛି ମହାଭାରତ
ନିଜ ହାତେ ଜିହ୍ୱା ଛେଦି କେ ଅଛି ତାର ପ୍ରତିବାଦୀ
ଲୋଭ ରୁ ଲାଭ ଓ ଲାଭରୁ ମୃତ୍ୟୁ ଯଦି
କାହିଁକି ସର୍ତ୍ତ ଓ ସ୍ୱାର୍ଥ ଜୀବନ ଶର ଭେଦି
ମଣିଷ ହେଉଛି ବାଦୀ ସାମ୍ବାଦି ନହୋଇ ପ୍ରଗତିବାଦୀ
ଜନ୍ମ ରୁ ମୃତ୍ୟୁ ଯାଏଁ କିଏ ନେଇଛି ଅରଜି ଯଦି
ମାନ ସମ୍ମାନ ମଣିଷ ପଣିଆ ଇତ୍ୟାଦି
ଦିନ ଯାକର କର୍ତ୍ତବ୍ୟ ସହିତ ମନୁଷ୍ୟ ପ୍ରବାଦୀ
ତେବେ ସିନା ପ୍ରୀତି ମୈତ୍ରୀ ଶାନ୍ତି ସରହଦୀ
ନଚେତ ବର୍ବାଦ ଖାଲି ମହାଭାରତ ବର୍ବାଦି
ଲୋଭ ମୋହ ମାୟା ଭିତରେ ନାଚିକୁଦି
ଆପଣା ହସ୍ତେ ଆପଣା ଜିହ୍ୱା ଛେଦି
କିଏ କଣ ନେଇଯିବ ମରଣ ନିଶ୍ଚୟ ନିଶ୍ଚିନ୍ତ ଯଦି
ଯଦି ତଥାପି କିନ୍ତୁରେ ବାଦ ବିବାଦ ବିରାଦି
କାହିଁକି ବୃଥା ଆମନ୍ତ୍ରଣ ରକ୍ତ ନଦୀ
ହେ ଦୁର୍ଯ୍ୟୋଧନ ମାନେ ଛାଡ଼ି ଲୋଭ ରାଜଗାଦି
ଥରେ ତ ଆନ୍ତତଃ ଭାଇ ଭଉଣୀ କର୍ତ୍ତବ୍ୟ ସମ୍ପାଦି
ଉଠି ଆସି କୁହ ଥରେ କର୍ଣ୍ଣ ପରି ବୀର ନହେଉ ବର୍ବାଦୀ
ଶତଦଳ କମଳ କୌସ୍ତୁଭ କାଞ୍ଚନ ସେହି ବାଣୀ ଅନ୍ତର୍ଭେଦି
ବୁଦ୍ଧମ ଶରଣମ ଗଛ ଏକମାତ୍ର ଅସ୍ତ୍ର ଶସ୍ତ୍ର ସତ୍ୟବାଦୀ
ବିଦେହ ଓ ବୈଦେହୀ ଗୁଗ୍ମ ଅଯୁଗ୍ମ ଅସ୍ତ୍ରଭେଦି
ଆସ ଦେଖ ରକ୍ତନଦୀରେ ଓଁ ଶରଭେଦି
ଆନ୍ତର୍ଯ୍ୟାମୀ ଅନନ୍ତ ଶୟନେ ଚତୁର୍ବେଦ ବାଦେ ବାଦୀ
ସବୁ ତୁଛ କର୍ତ୍ତବ୍ୟ କର୍ମ ନିଜ ଗୁରୁ ଶିଖ ମତଲବୀ
ପରିବାର ସମାଜ ଦେଶର ନାମ ରଖ ଶତାବ୍ଦୀ ଶତାବ୍ଦୀ
ସାହିତ୍ୟ ଇତିହାସ ଗଣିତ ବିଜ୍ଞାନର ମାନବ ହେ ଯୁଗାଦ୍ଦୀ ।
