ସର୍ବବ୍ୟାପୀ ଦେବୀ
ସର୍ବବ୍ୟାପୀ ଦେବୀ
ଜଗନ୍ନାଥସ୍ବାମୀ ନୟନପଥଗାମୀ
ନିଅ ପ୍ରଭୁ ସତ ପଥେ
ଚକାଆନୟନ ହେ ଅନ୍ତର୍ଯ୍ୟାମୀ
ଦିଅ ଭକ୍ତି ଭାବ ମତେ
ନୀଳପାରାବାରେ କନକରୁଚିରେ
ଅରଜିଲି ପୁଣ୍ୟ କେତେ
ନୀଳାଚଳଧାମେ ନୀଳଚକ୍ରବାନା
ଜପୁଥାଏ ନିତ୍ୟ ଏତେ
ଆହେ ଦୟାମୟ ବିଶ୍ୱବିହାରି ହରି
ଚିରନ୍ତନ ସତ୍ୟାସତ୍ୟ
ହେ ଅନନ୍ତ ନାହିଁ ତୁମ ଆଦିଅନ୍ତ ଦିଗନ୍ତ
ପାଇବି କୁହ କେମନ୍ତେ
ଚକ୍ର ପେଷି ନକ୍ର ନାଶି ରକ୍ଷିଲ ଗଜରାଜ
ଉଦ୍ଧରି ଶଙ୍ଖ ଚକ୍ର ହସ୍ତେ
ପାପି ଅଜାମିଳ ତରିଲା ରତ୍ନାକର ବାଲ୍ମୀକି
ମୋ ଭାଗ୍ୟ ଫଳ ଏମନ୍ତେ
ତୁମେ ଆଦି ତୁମେ ଅନ୍ତ ତୁମେ ନିରାକାର ବ୍ରହ୍ମ
ସକଳେ ସୁଖିନଃ ଭବନ୍ତେ
କରେ କର ଯୋଡି ହସ୍ତ କରୁଛି ପ୍ରଣିପାତ
ସଭିଙ୍କୁ ରକ୍ଷା କର ଏ ଜଗତେ
ଅର୍ଦ୍ଧନାରୀଶ୍ଵର ତୁମେ ଜଗନ୍ନାଥ ଓ ଭାବାନୀ
ଦିଅ ପାଥେୟ ଓ ପଥ
ତୁମେ ଦେବତା ଦେବୀ ସମ୍ମିଶ୍ରଣେ ଜଗତପିତା
ସୁନ୍ଦର ଶିବ ସାଇ ସତ୍ୟ
ତୁମେ ହରି ହର ହରିପ୍ରିୟା ଲଷ୍ମୀଙ୍କର ଦେବ
ଦେବୀଙ୍କ ବିନା ସବୁ ଅନିତ୍ୟ
ଦେବୀ ଦୁର୍ଗା ମାତା ଆସନ୍ତି କାଶତଣ୍ଡୀ ହସନ୍ତି
ଦିବ୍ୟ ପ୍ରଶାନ୍ତି ଅନେଶତ
ଦିବ୍ୟ ରୂପ ଦେହି ଭୁବନ ମୋହିନୀ ରୂପ
ମିଥ୍ୟା ଅତ୍ୟାଚାର କଳୁଷ ନାଶି ପ୍ରକାଶୀ ସତ୍ୟ
ସବୁ ଦେବତାଙ୍କ ଅସ୍ତ୍ର ଶାସ୍ତ୍ର ଶସ୍ତ୍ରରେ ସଜ୍ଜିତ
ଧରା ଶୁଶୋଭିତ ଅତ୍ୟନ୍ତ
ଦେବୀଙ୍କ ମହିମା ଜଣା ପାଇ ହରିଙ୍କ କରୁଣା
ଅର୍ଦ୍ଧ ନାରୀଶ୍ଵର କରିବେ ପରିବେଷଣ ସଂଗୀତ
ହରାଇବେ ଶମ୍ଭୁ ନିଶମ୍ଭୁ ଦୁରାଚାର ପାପାଚାର
ଧାରଣୀକୁ କରିବେ ନିସ୍କୃତ
ଦେଖାଇବେ ଆଲୋକର ପଥ ନିଶ୍ଚିନ୍ତ ।
