ପ୍ରିୟା ପାଇଁ ପଦେ ବର୍ଣ୍ଣନା
ପ୍ରିୟା ପାଇଁ ପଦେ ବର୍ଣ୍ଣନା
ପ୍ରିୟା ପାଇଁ ପଦେ ବର୍ଣ୍ଣନା କରୁଛି
ତାର ସ୍ମୃତିକୁ ମୁଁ ନେଇ
ଗୁଣରେ ଐଶ୍ଵଯ୍ୟ ଅପରୂପ ଗୁଣ
ସୌନ୍ଦର୍ଯ୍ୟ ସୀମା ନାହିଁ ।
ପ୍ରିୟାପାଇଁ ଯେବେ ଦେଖେ ମୁଁ ସପନ
ଏକା ଏକା ମୁଁହି ବସି
ଏକା ଏକା ବସି ଭଲଲାଗେ ମତେ
ଭାବି ବାକୁ ବେଶୀ ବେଶୀ ।
ପ୍ରିୟା ପରା ମୋର ପୁନେଇର ଚାନ୍ଦ
କଳ୍ପନା ନହୁଏ କରି,
ଯେତେ ତୁଳନା କରିଲେ ମଧ୍ୟ
କେହି ନ ହେବେ ତା ସରି ।
ପ୍ରିୟା ପାଇଁ କେତେ କରିଥିଲି ଆଶା
ଛାଡ଼ିଗଲା ମୋତେ ଚାଲି ,
ମନର ଭାବନା ମନରେ ରହିଲା
ସ୍ମୃତି ରହିଗଲା ଖାଲି ।
ପ୍ରିୟା ପାଇଁ ମୋହର ସ୍ମୃତିଟା ଅଟେ
ଯନ୍ତ୍ରଣାର ସ୍ୱେଦ ବିନ୍ଦୁ,
ସ୍ମୃତି ତମେ ଅଟ ବୈଶାଖୀ ଝଡ଼ର
ବିରହର ଶୂନ୍ୟ ଇନ୍ଦୁ ।
ପ୍ରିୟା ପରା ମୋର କହିଯାଇଥିଲା
କଥା ହେବ ନାହିଁ ଜମା,
ତଥାପି କାହିଁକି ଦେଖାହେଲେ କେବେ
ବୁଝେନା ମୋ ମନ ଜମା।
ପ୍ରିୟା ପାଇଁ ମୁହିଁ ଭାବିଥିଲି ସତେ
ବିରହ ର ବହୁ କଥା ,
ତୁନି ରହିଗଲା ତୁମ ହସି ଦେଖି
କମିଗଲା ସବୁ ବ୍ୟଥା।

