STORYMIRROR

Rajeev Singhdeo

Thriller

4  

Rajeev Singhdeo

Thriller

ମୁଁ କିଏ କ'ଣ ମୋର ପରିଚୟ

ମୁଁ କିଏ କ'ଣ ମୋର ପରିଚୟ

1 min
285


ଏ ମଗ୍ନ ମାଟିର

ମୁଁ ଏକ ସ୍ତବ୍ଧ ମୂରତୀ ଟିଏ,

ସଜୀବ ହେଲେ ହେଁ

କିଏ ଗଢ଼ି ଦେଇଛି ମୋତେ

ତା'ର ନିର୍ଘାତ ପ୍ରହାରରେ,

ସଜାଇ ଦେଇଛି ମୋତେ

ଏକ ସ୍ଥାଣୁ ପ୍ରତିମା ଟିଏ।

ଶୁଣିଛି ପାଷାଣ ତରଳିଯାଏ

ଭାବଭକ୍ତିର ଅନୁଭୁତି ରେ,

ନିଷ୍କକପଟତା ଓ ସରଳତାର ବ୍ୟବହାର ରେ।

ମଣିଷ ଲୋଭ ଇର୍ଷା କ୍ରୋଧ ର ମୋହ ମାୟାରେ ପଡ଼ି ନିଜକୁ ହଜାଇ ଦେଇଛି ଭୂଲି ଯାଇଛି ସେ ଏକ ଛାର ମଣିଷ ।ଦୟା କ୍ଷମାର ଆତ୍ମୀୟତା କୁ ଯେମିତି କିଏ ଜଣେ ଲୁଟି ନେଇଛି,ପାଇବାକୁ ସତେ ଅବା ଏକ ରାଜ ସିଂହାସନ।

ମୁଁ ଅନ୍ଧ ମୁଁ ମୁକ ମୁଁ ବଧିର ହୋଇ ରହିଛି ଏକ ସ୍ଥାଣୁ ପ୍ରତିମା।

ଏ ମିଛ ମାୟା ସଂସାର ରେ

ସବୁ କିଛି ଲାଗେ ଅଭିନୟ,

ତେବେ ମୁଁ ମୁଁ କିଏ

କ'ଣ ମୋର ପରିଚୟ।


Rate this content
Log in

Similar oriya poem from Thriller