ବର୍ଷାକୁ ପ୍ରଶ୍ନ
ବର୍ଷାକୁ ପ୍ରଶ୍ନ
ତୋ ପାଇଁ ତୃଷା କାହା ମନେ
ଚାତକ ମୟୂର ଚାଷୀ ଭିନ୍ନେ
ତୋ ପାଇଁ କାହାର ତୃଷ୍ଣା
ପ୍ରେମିକ ପ୍ରେମିକା ମନ ଉପବନେ
ତୋ ପାଇଁ ଆତୁର ମଣିଷ ପ୍ରକୃତି
କହ ତୁ କାହାର ପିଲାଦିନ ସ୍ୱପ୍ନ
ଅବା ଯୌବନ ପ୍ରେମ ମନ
ନତୁବା ବାର୍ଦ୍ଧକ୍ୟର ଗଣ୍ଠିଲି ଧନ
ତତେ ନଦେଖିଲେ ମାଟି ଓ ମଟାଳ
କିଏ ବେଶି ଛନ୍ନ ଛନ୍ନ ଉଛନ୍ନ ମନ
ଭଲପାଏ ତତେ କାଗଜ ଡ଼ଙ୍ଗା
ଭସାଇଛି ଯେତେ କାଁହିଗଲା ପିଲାଦିନ
ପ୍ରେମରେ ଭିଜିଲି ଅନୁତାପ କଲି
ପ୍ରତିଶ୍ରୁତି ସବୁ ତୋରି ପାଣିର ଗାର
କଟିଗଲା ଏଇମିତି ଜୀବନର ଯୌବନ
ଜୀବନ ମଧ୍ୟାହ୍ନ ବିଶ୍ୱାସ ଭରସା ପାଦଚିହ୍ନ
ଧୋଇ ନେଇଗଲୁ ବରଷା ବାରିରେ
ମତେ ବାସିଲା ଶ୍ରାବଣେ ଚନ୍ଦନ
ଏବେ ଏବେ ଧୋଇଦେଇ ସବୁ ପାପ
ଦେବୁକି ମତେ ତୋ କସ୍ତୁରୀ ମଖା ପୁଣ୍ୟ
ଅବା ଦେଇଯିବୁ ଶାଶ୍ୱତ ପ୍ରେମକୁ
ଦେଖିବି ଶ୍ୟାମଘନ ବଦନ
ଶେଷ ହେବ ଯେବେ ଜୁଇରେ ମୋ ଦିନ
କହ ଧୋଇନେଇ ଯିବୁ କି ନା ସମ୍ବେଦନ
କହ ଭଲ ପାଉ କି ନପାଉ ତୁ ମେଘ ତୁ ବର୍ଷା
କରନା ଜମା ଏ ଜନ୍ମେ ରାଗ ରୋଷ ଇର୍ଷା ।
