ପ୍ରେମିକ ଓ ବର୍ଷା
ପ୍ରେମିକ ଓ ବର୍ଷା
ବର୍ଷା ସଙ୍ଗେ ଆସେ ପ୍ରେମ ଓ ପ୍ରେମିକର ଉଦାହରଣ
ମନେ ପଡେ ଚିନ୍ତାମଣି ଓ ବିଲ୍ଵମଙ୍ଗଳ
ଚିନ୍ତାମଣି ଜାଣୁଥିଲା ପ୍ରେମିକର ମନ
ବର୍ଷାରେ ଦେହର ଦାହ ଓ ଦହନ
ସେଥିପାଇଁ ନଇଡେଇଁ କାଠଗଡ଼କୁ ସାହାରା
ସପ୍ରେମ ଅନ୍ଧପୁଟୁଳି କାରଣ ଓ ନିବାରଣ
ପ୍ରେମିକ ବିଲ୍ଵମଙ୍ଗଳ ଆଖି ହୃଦୟରେରେ
ଅତୀବ ଶ୍ରାବଣ କଷଣ
ଚିନ୍ତାମଣି ଏକା ଜଣେ ଜାଣେ ନିବାରଣ
ଅନ୍ଧାର, ବନ୍ଦ କବାଟ ସାଥେ ମନ ହୃଦୟ ସମର୍ପଣ
ବିଲ୍ଵମଙ୍ଗଳ ଦଉଡି ଭାବି ସର୍ପ ଧରି
ପ୍ରବେଶଲା ପ୍ରେମିକା ଅଗଣା ଅଙ୍ଗନ
ସେ ଜାଣିଥିଲା ଚିନ୍ତାମଣି ହିଁ ଲିଭାଇ ପାରେ
ଜ୍ୱଳନ ଦହନ କମ୍ପନ
କଥା ତା କବିତା ହସ ତା ଅମୃତ ଲତା
ଆଖିତା ଚଞ୍ଚଳ ଲାଜକୁଳୀ ଲତା
ହୃଦୟ କୋମଳ ମନ ତା ସରଳ
ସବୁ ପ୍ରେମିକ ସେଥିପାଇଁ ହୋଇଯାଏ
ପ୍ରେମିକ ଏ ବର୍ଷାରେ କେବଳ
ଧାଇଁ ଯାଏ ଚିନ୍ତାମଣି ଡାକି ଅନତି ଦୂର
ଆସ ଲୋ ସୁହାଗ ସିନ୍ଦୁର ବୋଳା ନାରୀଗଣ
ବର୍ଷାରେ ଆନ୍ତତଃ ଥରେ ହେଇଯିବା
ଚିନ୍ତାମଣି ଜଣେ ଜଣେ ତମକୁ ମୋ ରାଣ ।
