STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ଜୀବନ କେବେ କେମିତି

ଜୀବନ କେବେ କେମିତି

1 min
228


ଜୀବନ କେବେ କେମିତି

କେବେ ଦୁଃଖ ସୁଖ ଫେଣ୍ଟା

କେବେ ରାଗ ରୁଷା ଘଣ୍ଟା

କେବେ ସତ ମିଛ ଚକଟା

କେବେ ଆଗ ପଛ କଣ୍ଟା

ସମୟ ବୟସ ସିମେଟ ଇଟା

ଜୀବନ କେବେ କେମିତି

ସକାଳ ସଞ୍ଜ ବେଳ ଅବେଳ

ଗଛ ପତ୍ର ଫୁଲ ଫଳ ଡ଼ାଳ

ଚିଠି ଲେଖା ଡ଼ଙ୍ଗା ଭସା ବେଳ

ଧରା ସାରା ଆକାଶ ପରି ନୀଳ

ସୁନ୍ଦର ଆଖିରେ ଥିଲେ କଜ୍ଜ୍ୱଳ

ଜୀବନ କେବେ କେମିତି

ତୋର ମୋର ତାର ସେମାନଙ୍କର

ଆମ ଅଗଣା ବାରି ଘର ଦାଣ୍ଡଦୁଆର

ବୋଉ ବାପା ଅଜା ଆଈ ଗେଲବସର

ଯାଇ ରଗଡି ଶାଗ ଖରଡି ବାଟି ବେସର

ତାସ ଲୁଡୁ ବାଗୁଡ଼ି ଚେସ ଆସର

ଗୀତ କୀର୍ତ୍ତନ ପାଲା ଦାସକାଠିଆ ବେଭାର

ଜୀବନ କେବେ କେମିତି

ଶ୍ରାବଣ ଭରେ ଭାରେ ବର୍ଷା

ଖରାରେ ଗ୍ରୀଷ୍ମ କରେ ଲୋକହସା

ଶୀତ ମିତ ବସି ଗାଏ ଚଉତିଶା

ଫଗୁଣ ଦେଇ ରାଣ କରେ ଆଶା

ଶେଷକୁ ହରି ଭରସା ଓ ଆଶ୍ରା ।


Rate this content
Log in

Similar oriya poem from Abstract