ଜୀବନ କେବେ କେମିତି
ଜୀବନ କେବେ କେମିତି
ଜୀବନ କେବେ କେମିତି
କେବେ ଦୁଃଖ ସୁଖ ଫେଣ୍ଟା
କେବେ ରାଗ ରୁଷା ଘଣ୍ଟା
କେବେ ସତ ମିଛ ଚକଟା
କେବେ ଆଗ ପଛ କଣ୍ଟା
ସମୟ ବୟସ ସିମେଟ ଇଟା
ଜୀବନ କେବେ କେମିତି
ସକାଳ ସଞ୍ଜ ବେଳ ଅବେଳ
ଗଛ ପତ୍ର ଫୁଲ ଫଳ ଡ଼ାଳ
ଚିଠି ଲେଖା ଡ଼ଙ୍ଗା ଭସା ବେଳ
ଧରା ସାରା ଆକାଶ ପରି ନୀଳ
ସୁନ୍ଦର ଆଖିରେ ଥିଲେ କଜ୍ଜ୍ୱଳ
ଜୀବନ କେବେ କେମିତି
ତୋର ମୋର ତାର ସେମାନଙ୍କର
ଆମ ଅଗଣା ବାରି ଘର ଦାଣ୍ଡଦୁଆର
ବୋଉ ବାପା ଅଜା ଆଈ ଗେଲବସର
ଯାଇ ରଗଡି ଶାଗ ଖରଡି ବାଟି ବେସର
ତାସ ଲୁଡୁ ବାଗୁଡ଼ି ଚେସ ଆସର
ଗୀତ କୀର୍ତ୍ତନ ପାଲା ଦାସକାଠିଆ ବେଭାର
ଜୀବନ କେବେ କେମିତି
ଶ୍ରାବଣ ଭରେ ଭାରେ ବର୍ଷା
ଖରାରେ ଗ୍ରୀଷ୍ମ କରେ ଲୋକହସା
ଶୀତ ମିତ ବସି ଗାଏ ଚଉତିଶା
ଫଗୁଣ ଦେଇ ରାଣ କରେ ଆଶା
ଶେଷକୁ ହରି ଭରସା ଓ ଆଶ୍ରା ।
