ନିର୍ବୋଧ
ନିର୍ବୋଧ
ବୋଧ ଶକ୍ତି ଉଣା କରେ ବାଟ ବଣା
ନିର୍ବୋଧ ମଣିଷ ପାଇଁ
ବୁଝି ଓ ବିଚାରି କାର୍ଯ୍ଯ କରିବାର
ବିଳମ୍ବ ହୋଇ ଆସଇ ।
ଜ୍ଞାନ ଆହରଣ ଜଟିଳ ହୁଅଇ
ଅବୁଝା ପଣକୁ ନେଇ
ସାମାନ୍ଯ ଜ୍ଞାନର ଅଧିକାରୀ ହୁଏ
ନିନ୍ଦା ଅପମାନ ପାଇ ।
ବୁଦ୍ଧି ଓ ବିବେକ କଉଶଳ ଜ୍ଞାନ
ତା'ପାଖେ ହୁଅଇ ଉଣା
କପଟ ସ୍ବଭାବ ନ ଥାଏ ତା' ପାଖେ
ନିର୍ବୋଧରେ ହୁଏ ଗଣା ।
ପ୍ରବଞ୍ଚନା ଅବା ପ୍ରତାରଣା ଜ୍ଞାନ
ଏସବୁରୁ ସେ ଅଜଣା
ଜାଣେନା ସେ ଛନ୍ଦ ଅବା ଭଲ ମନ୍ଦ
ଉପସ୍ଥିତି ଜ୍ଞାନ ବିନା ।
ନିର୍ବୋଧ ମଣିଷ ମୂଢ଼ ମତି ସମ
ନ ଥାଏ ଚତୁର ପଣ
ସରଳ ତା' ମନ ଅଟେ ଶିଶୁ ସମ
ହୁଏ ନାହିଁ ବଡ଼ପଣ ।
ବୁଝି ବୁଝାଇବା ପାରେନା କାହାକୁ
ସେଲାଗି ଅଟେ ନିର୍ବୋଧ
ବିଚଳିତ କିନ୍ତୁ ହୁଏ ନାହିଁ କେବେ
ଆସିଲେ ଦୁଃଖ ବିପଦ ।
