STORYMIRROR

Ajaya kumar Jena

Tragedy Others

3  

Ajaya kumar Jena

Tragedy Others

ନିରବ ଝଡ଼

ନିରବ ଝଡ଼

1 min
156

ଗତକାଲି ରାତିରୁ ମୋ ଆଖି ସାମ୍ନାରୁ

ତୁମେ ଅପସରି ଗଲାପରେ

ଏବେ ଏବେ ମୋ ବାସିବିଛଣାରୁ

ଏକ ନିରବ ଝଡ଼ର ଅୟମାରମ୍ଭ.......।


ସେଥିପାଇଁ ମାଟିତଳେ ମୁର୍ମୁଷୁ

ମୋ ଶତାବ୍ଦୀର ସ୍ୱପ୍ନ ମାନେ,

ମୋ ହୃଦୟର ସ୍ୱର୍ଣ୍ଣପ୍ରସୂ ଇଲାକାରେ

ଲୁହମାନେ ସାଜିଛନ୍ତି ନିଷ୍ଠୁର ରାଜା

ଆଉ ହସମାନେ ଏଠି ନିରନ୍ତର ପ୍ରତାରିତ ପ୍ରଜା।


ଅଜାଣତେ ଭୁଲ ହେବା ଏକ ବିଡମ୍ବନା

କିନ୍ତୁ, ତୁମର ସେ କାଣିଚାଏ ଅଭିମାନରେ

ପୃଷ୍ଠଭଙ୍ଗା ଦିଅନ୍ତି ମୋର ଆଶା ଆଉ ଆକାଂକ୍ଷା,

ଏବେ ଏବେ ସେ ନିରବ ଝଡରେ

ଧୂଳିସାତ୍ ମୋ ସାରା ଅବୟବ।


ଦେଖୁନ!

ମୋ ଦେହର ଝାଳ ମାନେ ପୁରିଉଠି

କରିଲେଣି ନଦିଏ ବନ୍ୟା.......!

ଆଉ କିଛି ସମୟ ଅନ୍ତରାଳେ ସୁନାମି ନିଶ୍ଚିତ,

ଆଉ ତୁମ ଫେରିବାଟା ବୋଧେ ସମ୍ପୂର୍ଣ୍ଣ ଅନିଶ୍ଚିତ।


ତଥାପି ଏ ଝଡ଼ର ଆକାଶ ତଳେ

ସମୁଦ୍ରେ ଲୁହକୁ ବାସ୍ଫୀଭୁତ କରି

ମୁଁ ଚାହିଁ ରହିଥିବି ତୁମକୁ.....

ସେଇ ଦୂର ଦିଗବଳୟର

ବିନ୍ଦୁଏ ଶୁନ୍ୟତାରେ ନିରନ୍ତର।


Rate this content
Log in

Similar oriya poem from Tragedy