STORYMIRROR

Bunee Tripathy

Romance Tragedy Others

4  

Bunee Tripathy

Romance Tragedy Others

ନୀରବତା ତୁମ

ନୀରବତା ତୁମ

1 min
464

ତୁମ ନୀରବତା କାହିଁକି କେଜାଣି

   ଦଂଶନ କରୁଛି ମୋତେ

କଳା ଘୁମରଳ ଅଦିନ ମେଘଟା

   ବରଷି ଦେବକି ସତ। ?


କହୁଥିଲ ତୁମେ ଜୀବନର ଭାଷା

   ଶୁଣୁଥିଲି ପାଶେ ବସି

ଆମ ପ୍ରେମ ପରା ମିଳନ ରାଗିଣୀ

   ଗାଉଥିଲା ସାରା ନିଶି।


ଯେଉଁ ଓଠ କୋଣୁ ଝରୁଥିଲା ଦିନେ

   ପ୍ରିତୀର ମହ୍ଲାର ସୁର

ଯେଉଁ ଆଖି ଦିନେ ଇଶାରାରେ ମୋତେ

   ଆଲିଙ୍ଗନେ ବାନ୍ଧେ ତାର।


ସେହି ଅଧରରୁ ହସର ଜୁଆର

  କାହିଁକି ଲିଭିଲା ତୋର

ଚାତକର ସମ ଚାହିଁ ବସିଅଛି

  ପିଇବାକୁ ସୁଧା ତୋର।


ଭାଙ୍ଗି ନୀରବତା କହିଦିଅ କଥା

  ତୁମ ପାଶେ କରେ ଅଳି

ମୋ ମନର ବ୍ଯଥା ବୁଝିକି ପାରୁନ

   ବିରହେ ମରୁଛି ଖାଲି।


ଏକାଠି ବଞ୍ଚିବା ଏକାଠି ମରିବା

  ଶପଥ ତ ନେଇଥିଲେ

ଆନମନା ହୋଇ ତୁମେ କାହିଁ ପାଇଁ

  ଜୀବନକୁ ତୁଚ୍ଛ କଲ।


ସାଜି ତପସ୍ବନୀ ମୌନବ୍ରତ କରି

  କାହିଁକି ବସିଛୁ ତୁହି

ପ୍ରେମ ପାରାବାରେ ଉଚ୍ଛୁଳା ତରଙ୍ଗେ

  ଭାସିବାକୁ ମନ ନାହିଁ।


ତୁହି କୋମଳାଙ୍ଗୀ ଜୀବନ ପିୟାସୀ

  ମୋ ମନରେ କରି ଘର

ନୀରବ ନିବୃତ ନିକ୍ବଣ ଝଙ୍କାର

  ବସିଛି ମୁଁ ଚାହିଁକରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance