STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ନୀରବ ସମୁଦ୍ର

ନୀରବ ସମୁଦ୍ର

1 min
220


ନୀରବ ସମୁଦ୍ର ଦିଶେ ନୀରିହ ,ନୀରିହ

ଏଇ ଯେମିତି ଚକାପାରି ବସିଥିବା ସୂକ୍ଷ୍ମ ପ୍ରଜାପତି!

ନୀରବତା ତାର ତୂଳୀ ଧରି ଆଙ୍କେ କେତେ ଛବି

ସମୟ ସହ ତାଳ ଦେଇ।

ନୀରବ ସମୁଦ୍ର ଏକା ବସେ,

ଛାତିରେ ଫୁଟେଇ ଜହ୍ନ, ତାରା ଆଉ ଆକାଶ ର ମେଳା

ଢେଉ ସବୁ ଶୋଇସାରିଥାନ୍ତି ରାତି ଛୁଆଁରେ ।

ବାଲି ହରିଣ କୁଦୁଥାଏ

ଅସରନ୍ତି ବାଲି ଫୁଦକାଇ

ନୀରବ ସମୁଦ୍ର ଦେଖୁଥାଏ

ଖୁସି ଟିଏ ଫିଙ୍ଗିଦେଇ ନାଲି କଙ୍କଡା ଉପରକୁ

ଫେରନ୍ତା ସହସ୍ର ବାଲିକୁଦ ଡେଇଁ ।

ଉଧ୍ଧାମତାକୁ ପୋଷା ମନେଇବା କଣ ଏଡେ ସହଜ,

ସେଥିପାଇଁ ମାଲିକାନା ନୁହେଁ

ହୃଦୟ ରେ କୋମଳତା ଲୋଡା

ଆଉ କୋଳରେ

ସମୁଦ୍ର ସାରା ଜାହାଜ,

ନୀରବ ତପସ୍ୟା ଭାଙ୍ଗିବା ପଣ ନେଇ,

ନୀରବ ସମୁଦ୍ର ର ଛାତି ତଳେ ସୁନାମୀ ,

ଝଡ ପରର ବିକ୍ଷିପ୍ତତା ତାକୁ ଡରାଏ, ବିଦୀର୍ଣ୍ଣ କରାଏ

ନିଜ ଭିତରର ଛାତିଫଟା ଝଡକୁ

ଝାଡିବ କି ନା ! ଭାବୁ ଭାବୁ ସେ

ଭୀଷଣ ନୀରବ ଥାଏ

ଶୋଇବା ଅଭିନୟ ରେ

ପ୍ରଶ୍ବାସ ସବୁକୁ ଚାପି ଧରି

ସମୁଦ୍ର କଣ କେବେ ଶୁଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action