STORYMIRROR

Bharatabandhu Biswal

Romance Fantasy Inspirational

3  

Bharatabandhu Biswal

Romance Fantasy Inspirational

ନୀଳ ସମ୍ମୋହନ

ନୀଳ ସମ୍ମୋହନ

1 min
33


ପ୍ରେମ ସ୍ବର୍ଗୀୟ ସୁଷମା ଦେଖିଅଛି କିଏ ଅବା

ପ୍ରେମ ସ୍ପର୍ଶ ଅନ୍ତରଙ୍ଗ ସତ୍ଯ ସନାତନ

ପ୍ରେମ ନୁହେଁ ନିଦ୍ରାତନ୍ଦ୍ରା ସ୍ବପ୍ନ ଅବା ଜାଗରଣ

ପ୍ରେମ ନୁହେଁ ଅତ୍ଯଧିକ ଶୀତ ବା ଉଷୁମ ।

ଅନ୍ଧକାର ନୁହେଁ ପ୍ରେମ ସ୍ବଭାବ ଗାମ୍ଭୀର୍ଯ୍ୟପୂର୍ଣ୍ଣ 

ନୁହେଁ ପ୍ରେମ ମାନସିକ ବିକୃତି ଅବସ୍ଥା

ଲାଗେ ନାହିଁ ଭାରି ଭାରି ପ୍ରେମ ଅବବୋଧ କରି

ପ୍ରେମ ଯିଏ କରେ ନୁହେଁ ହାଲୁକା ବା ଶସ୍ତା ।

ଗହନ ନୁହଁଇ ପ୍ରେମ ଦୁୁର୍ବୋଧ୍ଯ ଜଟିଳ ଅଙ୍କ 

ସବୁଜ ସୁନ୍ଦର ପ୍ରେମ ସହଜ ସରଳ

ପ୍ରେମ ଏକା ପ୍ରେମ ପରି ମୂଲ୍ଯବାନ ନାହିଁ କିଛି 

ସଂସାରରେ ଅନ୍ଯ ଧନ ତା ତୂଲ୍ୟ ଅମୂଲ୍ଯ ।

ଯୋଡେ ପ୍ରେମ ହୃଦୟକୁ ହୃଦୟ ସହିତ

ଅନାୟାସ ପ୍ରେମ ଛନ୍ଦେ ଅଜ୍ଞ ହୁଏ ବିଜ୍ଞ

ପରିପୂର୍ଣ୍ଣ ଷୋଳକଳା ଜୀବନ ଆନନ୍ଦ ପ୍ରେମ

ଦୁର୍ବାର ତା ଆକର୍ଷଣ ନୀଳ ସମ୍ମୋହନ ।

      



Rate this content
Log in

Similar oriya poem from Romance