ନିଃଶବ୍ଦ ଇଲାକା..
ନିଃଶବ୍ଦ ଇଲାକା..
ତୁ ମାନ କି ନ ମାନ,ସବୁ ତ ସମାନ..
କିଛି ସମର୍ପଣ, କିଛି ଵି ତ ଅଭିମାନ,
ଫରକ ଏତିକି, ନାଁ ମାନ, ନାଁ ସମ୍ମାନ,
କିଛି ବଡ଼ ପଣ,ଆଉ କିଛି ଆପଣା ପଣ,
ସମ୍ପର୍କର ମୂଳ ପିଣ୍ଡ,
ଦୃଢ଼ ପ୍ରତିଶୃତି ଓ ବିଶ୍ୱାସର ପ୍ରାଣ..!
ତୁ ଭୂଲ କି ନ ଭୂଲ, କିଛି ଵି ତ ଥିଲା ଠିକ୍,
ଭୂଲ ଠିକର ହିସାବ, ଲାଗେ ବେ ଫରକ,
କିଛି ଭାବନାର ଇନ୍ଦ୍ରଜାଲ, କିଛି ଓଦା ପଣ,
ଆଉ ଖିଆଲି ପଣର,ବେ ହିସାବ ମୁଲ ଚାଲ,
ଗଭୀର ଇତିବୃତ୍ତ ଯେ ବରାବର,
ସ୍ୱୟଂକ୍ରିୟ,ଦଣ୍ଡାୟମାନ..!
ତୁ ହେଜ କି ନ ହେଜ, ସେ ଆଶା ଓ ଉଶ୍ୱାସ,
ହାଲକା କି ଓଜନ ଦାର,ସବୁ ବେହିସାବ,
ସେ ଅନ୍ତରଦାହ, ସେ ବେଦନା ବୋଧ,
ଏବେ ଲାଗେ ଗୁମସୁମ,ଏ ଅସହଜ ପଣ,
ନିରନ୍ତର,ଶୂନ୍ୟ ପଥେ ଗତିମାନ, ବାସ୍..!
ନିଃଶବ୍ଦ ଇଲାକା, ଦ୍ଵନ୍ଦାତ୍ମକ ଭାବ, ଲାଗେ..
ଅନ୍ତଃହୀନ ଆର୍ତ୍ତନାଦ..!

