STORYMIRROR

Akshayakumar Dash

Thriller

3  

Akshayakumar Dash

Thriller

ନିଅଁ-ମୂଳଦୁଆ

ନିଅଁ-ମୂଳଦୁଆ

1 min
40


ଶୁଭ ଅଶୁଭ ନିର୍ଘଣ୍ଟ କରି

ରାଶି ନକ୍ଷେତ୍ରକୁ ସୁଝୁଥିବା

ମହେନ୍ଦ୍ର କି ଅମୃତ ବେଳାରେ

କୂଳ ପୁରୋହିତ ଙ୍କ ମନ୍ତ୍ର ପାଠରେ ଭୂମି ପୂଜା

ବିଶ୍ୱକର୍ମା ଙ୍କ ବନ୍ଧ ଦିଆ

ଅଗ୍ନି,ଅସାନ୍ୟ, ନୟିରୁତ୍, ବାୟବ୍ୟ କୋଣ

ନିରୂପଣ ଚାରି ଖମ୍ବ ଚାରି ଦିଗରେ 

ସୁତା ଦିଆ ଏବେ ମୂଳଦୁଆ

ଠାକୁର ରଥରେ ଥିଲେ ବି ଶୁଭ

 ଦଶହରାରେ ବି ଦେବୀ ଙ୍କ ଆଗମନ

 ଧରାଯାଏନି ଅଶୁଭ କାଳ

ମାଟି ଖୋଳି ଇଟାକି କି ପଥର 

ବାଲି ସିମେଟ ଯୋଡ଼େଇ

ଏବେ ନିଅଁ ପକାଗଲା ।

ଗଣପତି ଙ୍କ ସମର୍ପଣ କରି

ନାରିକେଲ ଭାଙ୍ଗି ଧୁପଦୀପ ଦେଇ

ପ୍ରଥମ ସୋପାନ ସବୁ ରିଷ୍ଟ ଖଣ୍ଡନ ହୋଇଲା

ବିଧି ବିଧାନ ସବୁ ମନର ଅଲିହା

କଟିଯାଏ ଯେବେ ହେଲାପରେ ପୂଜା

ଅକାଳରେ ତାଳ ଗଲେ ପଡି

ମନ କହେ ପୂଜା ହୋଇନାହିଁ ବୋଲି

ବାଧା ବିଘନ ଆସେ ସବୁ ମାଡି

ପରମ୍ପରା ସଙ୍ଗତେ ସଂସ୍କୃତି 

ଚାଲିବାର ଆଦିମ ପ୍ରକୃତି

ମଣିଷ ନିମିତ୍ତ ମାତ୍ର ସବୁ ବିହି ଙ୍କର କୃତି

ବେଳେ ବିଜ୍ଞାନ ଯୁଗର ବ୍ୟଥା

 ପୂଜା ବିଧି ସବୁ ମାନସିକ ବ୍ୟାଧି

ଦ୍ଵନ୍ଦରେ ପକାଏ ପୁଣି ହେତୁ ବାଦୀ

ନୀତି ନିୟମ ସଂଯମ ଧାରାରେ 

ଆତ୍ମା ର ନିକଟ ମନ

ବଂଧନ ମୁକ୍ତ ଜୀବନ

ଉଛର୍ଗ କହେନି ମୋର କିବା ତୋର

ମାଲିକତ ଅଧିପତିଏସବୁ

ଆମେ ସବୁ ଅଢେଇ ଦିନର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Thriller