ନବୀନ
ନବୀନ
ଭଙ୍ଗା ଦଦରା ନାବ
ଭଙ୍ଗା କୁଡିଆ
ଝଡ ପାଇଁ କେବଳ କଳେବର
ନବକଳେବର ସମୟରେ
ଆସିଛି ଶୁଭ ସୂଚନା
ଗଢା ସବୁ ନୂଆ ଦୁନିଆଁ ।
ନବ ପଲ୍ଲବ ନବ କୁସୁମ
କଅଁଳେଇଛି ବୃକ୍ଷ ଡାଳେ
ଫଳ ହେବା ଆଶାରେ
ପୁଣ୍ୟ ସବୁ ବାଣ୍ଟିଲେଣି
ପାପ କ୍ଷୟ ଆଶାରେ
ଗ୍ରାମେ ଗ୍ରାମେ ନଗ୍ରେ ନଗ୍ରେ
ଶୁଭ ଶଙ୍ଖନାଦ ଫାଟିପଡୁଛି
ଉତ୍ସବମୁଖରିତ ସ୍ବର୍ଗସ୍ଥଳେ
ନିଶ୍ଚୟ କିଏ ଜଣେ ଆସିଛି ।
ସେ ମୋ ମନର ମିତ
ଶୀତ ଅନ୍ତେ ବସନ୍ତ
ବୀଣା ଅନ୍ତର କୋକିଳ
ଆଣିଛି ସୁମଧୁର ଗୁଞ୍ଜନ
ନବ ପ୍ରଭାତ ନବ ଉଲ୍ଲାସେ ।
ଏ କଣ ନବଜନ୍ମ
ନବ ଶିଶୁ ମା କୋଳେ
ହଠାତ କାନ୍ଦିଲା
କ୍ଷୀର ବୁନ୍ଦାଏ ପିଇଲା
ନୂତନତ୍ବ ହାସ୍ୟ ପ୍ରକଟିଲା ।
ନିଶ୍ଚୟ ବୃଦ୍ଧ
ନବଜୀବନ ପାଇଲା
ହେଇ ଦେଖ ଅମୃତବିନ୍ଦୁ
ସାଗର ମନ୍ଥନ କଳସ
ମୋହିନୀ କନ୍ୟା ହସ୍ତରେ ।
