STORYMIRROR

Akshayakumar Dash

Action Fantasy Children

3.8  

Akshayakumar Dash

Action Fantasy Children

ଆ ବରଷା ଆ

ଆ ବରଷା ଆ

1 min
127


ଝିପିରି ଟୁପୁରୁ ଝାଇଁ

ଆକାଶରେ ଭାସେ

କଳା ବୋଉଦଲୋ

ଝରି ପଡ଼ିବାକୁ ଥାଇଁ।

କଟର ମଟର ରଡ଼ି

ବେଙ୍ଗ ବେଙ୍ଗୁଲିଙ୍କ

 ଟାହୁଲା ଟାହୁଲି 

 ମାରିଦେଲା ଘଡଘଡି।

ଟୁପୁରୁଟୁପୁରୁ ପାଣି

ଝାଡି ଦିଏ କାନି 

ବରଷା ରାଣୀ ଲୋ 

ଗଛ ଲତା ମନ ଜାଣି।

ନଈ ନାଳ ଭରା ଜଳ

ନାଉରୀର ଡଙ୍ଗା

ଏକୂଳସେକୂଳ

ଚାଷୀ ଭାଇ ଦେଖ ବଳ।

ପଚରପଚର ମାଟି

ପାଣି ଧାର ବଢି

ଯାଉଛି ଗଡ଼ିଲୋ

ଦେଲି ଟିକି ଡଙ୍ଗା ଛାଟି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action