STORYMIRROR

Sunanda Mohanty

Abstract Fantasy Others

3  

Sunanda Mohanty

Abstract Fantasy Others

ଜୀବନ

ଜୀବନ

1 min
213


ଜୀବନର କେତେ ଛବି

ଛବି ହୋଇ ରହେ ପୃଷ୍ଠା

ଜୀବନର କେତେ ଚିତ୍ର

ଗୀତ ହୋଇ କହେ ନିଷ୍ଠା

ଜୀବନର କେତେ ଗୀତି

ପଡି ଉଠି କରେ ଚେଷ୍ଟା

ଜୀବନର ଜଳ ଛବି

ମାଗୁଥାଏ ପ୍ରଚେଷ୍ଟା

ଜୀବନର ଦୋଛକିରେ

ଆଗ ପଛ କୋଉଟା

ଜୀବନର ବୃତ୍ତ ପରିସୀମା

କ୍ଷେତ୍ରଫଳ ନିଶ୍ଚେ ଗୋଟା

ଜୀବନରେ ମୋର ମୋର

କେତେ ଗଣ୍ଠି ଫିଟାଉଛୁ ଫିଟା

ଜୀବନର ବିକାଶ ଗଇଁଠା ପିଠା

ଜେଜେମା ସୁନ୍ଦର ଜୀବନରେ

ପିନ୍ଧି ପୂଜା କରେ ଯେବେ ମଠା

ଜୀବନ ଗଣିତ ସରସ ସୁନ୍ଦର

ପରସ୍ପର ସ୍ନେହ ଥାଏ ନିରନ୍ତର

ହୋଇ କେବେ ସିଠା ଓ ଅଠା

କୃଷକ ସୈନିକ ଭାଇଙ୍କ କାମ

ଦେଶ ପାଇଁ ଆଣେ ମିଠା

ଅତି ଲେମ୍ବୁ ଚିପୁଡ଼ିଲେ ପିତା

ରାଗ ଲୁଣ ସଙ୍ଗେ ସୁଆଦ ଖଟା

ବରଷା କାଳ ଆହାକି ମିଠା

କୋଇଲି କୁହୁ ଶୀତର ଉହୁ

ସଜ ମଲ୍ଲୀଫୁଲ ଫୁଟା

ତୋ ତଅଁର ମୋ ତଅଁର

କଟି ଫିଟି ମିଟି ଫିଟି ଭାବ

ତୋ ସାଥିରେ ମୋହରି କଳି ଫିଟା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract