ଜୀବନ
ଜୀବନ
ଜୀବନର କେତେ ଛବି
ଛବି ହୋଇ ରହେ ପୃଷ୍ଠା
ଜୀବନର କେତେ ଚିତ୍ର
ଗୀତ ହୋଇ କହେ ନିଷ୍ଠା
ଜୀବନର କେତେ ଗୀତି
ପଡି ଉଠି କରେ ଚେଷ୍ଟା
ଜୀବନର ଜଳ ଛବି
ମାଗୁଥାଏ ପ୍ରଚେଷ୍ଟା
ଜୀବନର ଦୋଛକିରେ
ଆଗ ପଛ କୋଉଟା
ଜୀବନର ବୃତ୍ତ ପରିସୀମା
କ୍ଷେତ୍ରଫଳ ନିଶ୍ଚେ ଗୋଟା
ଜୀବନରେ ମୋର ମୋର
କେତେ ଗଣ୍ଠି ଫିଟାଉଛୁ ଫିଟା
ଜୀବନର ବିକାଶ ଗଇଁଠା ପିଠା
ଜେଜେମା ସୁନ୍ଦର ଜୀବନରେ
ପିନ୍ଧି ପୂଜା କରେ ଯେବେ ମଠା
ଜୀବନ ଗଣିତ ସରସ ସୁନ୍ଦର
ପରସ୍ପର ସ୍ନେହ ଥାଏ ନିରନ୍ତର
ହୋଇ କେବେ ସିଠା ଓ ଅଠା
କୃଷକ ସୈନିକ ଭାଇଙ୍କ କାମ
ଦେଶ ପାଇଁ ଆଣେ ମିଠା
ଅତି ଲେମ୍ବୁ ଚିପୁଡ଼ିଲେ ପିତା
ରାଗ ଲୁଣ ସଙ୍ଗେ ସୁଆଦ ଖଟା
ବରଷା କାଳ ଆହାକି ମିଠା
କୋଇଲି କୁହୁ ଶୀତର ଉହୁ
ସଜ ମଲ୍ଲୀଫୁଲ ଫୁଟା
ତୋ ତଅଁର ମୋ ତଅଁର
କଟି ଫିଟି ମିଟି ଫିଟି ଭାବ
ତୋ ସାଥିରେ ମୋହରି କଳି ଫିଟା ।।
