STORYMIRROR

Bidyadhar Mantry

Abstract Fantasy Inspirational

3  

Bidyadhar Mantry

Abstract Fantasy Inspirational

ଅସମାହିତ ପ୍ରଶ୍ନ

ଅସମାହିତ ପ୍ରଶ୍ନ

1 min
112

କିଏ ମୁଁ ?

କେଉଁଠି ଥିଲି ?

କାହିଁକି ଆସିଛି ?

କେତେଦିନ ରହିବାକୁ ହେବ ?

କଣ କରିବି, ଯଦି ରହିବି ଅନିର୍ଦ୍ଦିଷ୍ଟ ଦିନ ?


କିଏ ମୋ ନିଜର ?

କିଏ ସମ୍ପର୍କୀୟ ?

କେତେ ଧନ ଉପାର୍ଜନ କରିବାକୁ ହେବ ??

କେଉଁମାନେ ଶେଷ ସମୟ ରେ ଥିବେ??

କେତେବେଳେ ତୀର୍ଥ ସ୍ଥାନ ଭ୍ରମଣ କରିବି ?


କିଏ ହେବ ମୋ ଗୁରୁ ?

କିଏ କହିବ ବ୍ରହ୍ମ-ଜ୍ଞାନ ?

କଣ କଲେ ମୁକ୍ତି ମିଳିବ??

କାହାକୁ ନିହାତି ନିଜର ଭାବିବି ??

କେଉଁଠି ପରମାତ୍ମା ଅଛନ୍ତି ?


କେଉଁ ଖାଦ୍ୟ ଭୋଜନ କରିବି ?

କାହିଁକି ଯୌବନ ଆସୁଛି?

କାହିଁକି ଫୁଲରେ ଭ୍ରମର ରସୁଛି ??

କାହିଁକି ସମସ୍ୟା ଲାଗି ରହୁଛି??

କିଏ ମୋ କଥା ଭାବୁଛି?


କେଉଁଠି ଅମୃତ ମିଳୁଛି?

କାହିଁକି, କିପରି ବରଷା ହେଉଛି ?

କେଉଁ କଥା ଗୁପତ ରଖିବି??

କିଏ ମୋ ମନକୁ ଜାଣିଛି ??

କେଉଁଠି ସ୍ୱର୍ଗ-ପୁର ଅଛି?

କିଏ ,ଏ ଅସମାହିତ ପ୍ରଶ୍ନର ଉତ୍ତର ଜାଣିଛି !



Rate this content
Log in

Similar oriya poem from Abstract