STORYMIRROR

kahnu charan sahu

Abstract Fantasy

3  

kahnu charan sahu

Abstract Fantasy

ଭିଜାଭିଜା ବର୍ଷା ଦିନ

ଭିଜାଭିଜା ବର୍ଷା ଦିନ

1 min
113

ଅମାନିଆ ସେହି ହଜିଲା ଅତୀତ

ହରାଭରା ବର୍ଷା ଦିନ

ସାଙ୍ଗସାଥି ମେଳେ ଗୋଳିଆ ପାଣିରେ

ଖେଳୁଥିଲୁ ଯେଉଁ ଦିନ ।


କଳାମେଘ ଦେଖି ହେଉଥିଲୁ ଖୁସି

ଭିଜିବାକୁ ସାଙ୍ଗ ହୋଇ

ସମୟ ସ୍ରୋତରେ ଚପଳାମି ଯେତେ

ମନ ଭାଙ୍ଗି ଗଲା ବୋହି। 


ଅଳପ ବର୍ଷାରେ ରାସ୍ତା ଦୁଇ କଡେ

ବହୁଥିଲା ଟିକି ନଈ

ବାଲି କାଦୁଅରେ ବ୍ରିଜ ଗଢୁଥିଲୁ

ଭାଙ୍ଗୁଥିଲୁ ପୁଣି ମିଶି ।


ଚାଳ ଅଗଣାରୁ ଝରୁଥିଲେ ପାଣି

ହାତେ ପାଦେ ଖେଳୁଥିଲୁ 

ଓଦା ହେଇ କେବେ ବାପାମାଆ ଠାରୁ

ମାଡ଼ ଗାଳି ଖାଉଥିଲୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract