STORYMIRROR

Keshab Chandra Dash

Abstract Fantasy Others

3  

Keshab Chandra Dash

Abstract Fantasy Others

ଯାଉଛ ପ୍ରଭୁ ହେଛାଡ଼ି ଶ୍ରୀମନ୍ଦିର

ଯାଉଛ ପ୍ରଭୁ ହେଛାଡ଼ି ଶ୍ରୀମନ୍ଦିର

1 min
128

ଯାଉଛ ପ୍ରଭୁ ହେ ଛାଡ଼ି ଶ୍ରୀମନ୍ଦିର

              ଶୂନ୍ୟ ହେଲା ଆଜି ପୁରୀ 

ନବଦିନାତ୍ମକ ଯାତ୍ରା ଶେଷ କରି

              ପୁଣି ଆସିବେଟି ଫେରି ।


ବରଷକେ ଥରେ ଦେଉଳୁ ବାହାରି 

   ଯାଉଛ ମାଉସୀ ଘର 

ନବଦିନ ଧରି ଦର୍ଶନ ନ ଦେଇ 

              କରି ଦେବ ପ୍ରଭୁ ପର ।


କେତେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ 

              ଭକ୍ତ କରିବେ ଦର୍ଶନ 

ତୋର ଦିବ୍ୟରୁପ ଦେଖିବାକୁ ଇଚ୍ଛା 

                ଉଚ୍ଛନ୍ନ ହେଉଛି ମନ ।


ଜୀବନ ଜଂଜାଳେ ଘାଣ୍ଟି ହୋଇ ପ୍ରଭୁ 

            ଯାଇ ପାରୁ ନାହିଁ ପୁରୀ ,

ଘରେ ଥାଇ ପ୍ରଭୁ ଦର୍ଶନ ଦେବକି

              ଆହେ ନିଳାଦ୍ରୀବିହାରି ।


ନୁହେଁ ସାଲବେକ ଦାସିଆ ବାଉରୀ 

                 ନୁହେଁ ପ୍ରଭୁ ଶ୍ରୀ ଚୈତନ

ତଥାପି ପ୍ରଭୁ ହେ ଦରଶନ ଦେଇ 

              ତୋଷ କର ମୋର ମନ ।


 ଏହି ପାପ ଆଖି ଦେଖି ତରିଯାଉ

                ଦେଖି ତୁମ ଦିବ୍ୟରୁପ ଶରୀରରୁ

ପ୍ରାଣ ଛାଡି ଚାଲିଯାଉ 

                 କରି ତୁମ ନାମ ଜପ ।


Rate this content
Log in

Similar oriya poem from Abstract