STORYMIRROR

Goutam Swain

Tragedy Action Fantasy

3  

Goutam Swain

Tragedy Action Fantasy

ବେସାହାରା

ବେସାହାରା

1 min
160

ଗୋଟେ ପଟେ ସାଗରର ଭୀଷଣ ଗର୍ଜନ

ଅନ୍ୟ ପଟେ ଜନ କୋଳାହଳ 

ଆଗରେ ବିସ୍ତୃତ ବାଲୁରାଶି

ପଛରେ ଛାଡ଼ି ଯାଉଥିବା କିଛି ପାଦ ଚିହ୍ନ l 


କୁଆଡେ ଯାଉଛି ସେ କଣ କରୁଛି !

ସାଗରକୁ ମାପୁଚି ନା ମୁକୁତାକୁ ଖୋଜୁଛି !

ଥକି ପଡିଛି ନା ସମ୍ପୂର୍ଣ୍ଣ ହାରି ଯାଇଛି !

ଏକା ଏକା ବେଳାଭୂମିରେ କାହିଁକି ବୁଲୁଛି ?


ମୁଁ ବି ତ ହାରିଚି ହେଲେ ମୁଁ ତ ବୁଲୁନି

ଏକା ଏକା ଚାଲୁନି କି କାହାକୁ ଖୋଜୁନି

ବସି ଯାଇଛି ମୁଁ ଫସି ଯାଇଛି 

ଫେରିବାର ସବୁ ବାଟ ପଛରେ ଛାଡ଼ିଛି l


ତା ମାନେ !!କ'ଣ ସେ ବି ସେୟା କରୁଛି

ଯାହା ମୁଁ କରିବାକୁ ଭାବୁଛି

ନା ନା , ସେ କଥା ଭାବିଲେ 

ମରିବାକୁ ବି ଡର ଲାଗୁଚି l 


ଯିବି ତା ପାଖକୁ କହିବି ତାକୁ 

ବେସାହାରା ଦୁଇ ପ୍ରାଣ ଗୋଟିଏ ହବାକୁ

ରାଜି ଯଦି ହୁଏ ପିନ୍ଧେଇବି ତାକୁ 

ମଥାରେ ସିନ୍ଦୁର ଆଉ ପାଉଁଜି ପାଦକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy