STORYMIRROR

Prafulla Chandra Mishra

Fantasy

3  

Prafulla Chandra Mishra

Fantasy

ମୁଁ ବଡଲୋକ

ମୁଁ ବଡଲୋକ

1 min
181


ଯାହା ଘରେ ଥିବେ ବିଲାତି କୁକୁର

ବଡ ବଡ ପୁଷି ବିଲେଇ

ପାଚେରୀ ଫାଟକେ ଥିବେ କର୍ମୀମାନେ

ସୁରକ୍ଷିତେ ଘର ଜଗାଇ।


ଯାହା କୁନି ଶିଶୁ ଆବାସିକ ଆୟା

କୋଳେ ବଢି ବଡ ହୁଅଇ

ବାପା ମାଆ ନିଜ କାମେ ନିମଜ୍ଜିତ

ଦୁଆରେ କୋଲପ ଝୁଲଇ।


ରାତି ହେଲେ ଯାଇ ହୋଟେଲରେ ବସି

ଟଳିଟଳି ଘରେ ଫେରନ୍ତି 

ବାପା ମାଆ ଯା'ର ବୃଦ୍ଧାଶ୍ରମେ ରହି

ଜୀବନ ବିତାଇ ଥାଆନ୍ତି।


ଘରେ ଚାକରାଣୀ ରୋଷେଇଆ ପୁଣି

ବଗିଚାରେ ମାଳି ଖଟଇ

ଗାଡି ମଟରରେ କୁକୁର ବସାଇ

ବିନୋଦନେ ଦିନ ବିତଇ।


ସେହିମାନେ ବଡଲୋକ ବୋଲି ଆମ

ସମାଜେ ତାଙ୍କର ବଡେଇ

ଏମିତି ଅଗ୍ରଣୀ ସଭ୍ୟ ସମାଜେ ଯା'

କୁକୁର ବାଟରେ ହଗଇ।


ଏମିତିକା ବଡଲୋକି ପଣେ ଆମ

ସଂସ୍କୃତି ଦେଇଛୁ ହଜାଇ

ବେଳ ରତରତ ମହାକାଳ କଳା

ଧାତ୍ରୀକୁ ଦେଲାଣି ଘୋଡେଇ।


ମହାପୁରୁଷଙ୍କ ବାଣୀ ଯା' କହଇ

ଫଳବତୀ ବୃକ୍ଷ ସମାନ

ବୁଦ୍ଧ ଜନେ ଜ୍ଞାନୀ, ଗୁଣୀ ଧନୀ ମାନି

କରନ୍ତି ନମ୍ର ଆଚରଣ ।


ଗୁରୁ ଗୁରୁଜନ ମାନ ଆଜି ହୀନ

ଖେଟକ କୁଚକ୍ରି କବଳେ

ହଜି ଯାଉଅଛି ସ୍ନେହ, ପ୍ରୀତି,ପ୍ରେମ

ଧାତ୍ରୀ ଖୋଜେ ଅତି ଆକୁଳେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy