STORYMIRROR

Sunanda Mohanty

Abstract Tragedy Fantasy

3  

Sunanda Mohanty

Abstract Tragedy Fantasy

ବିଶ୍ୱାସ ଘାତକ

ବିଶ୍ୱାସ ଘାତକ

1 min
277


ବିଶ୍ୱାସ ହିଁ ନିଶ୍ୱାସ,ନିଶ୍ୱାସ ହିଁ ବିଶ୍ୱାସ

ଗୋଟିକର ଘାତ,ଅପରର କ୍ଷତି

ବିଶ୍ୱାସ ଘାତକ ସିଏ ବଞ୍ଚିବାକୁ ଦିଏନା ଯିଏ

ଆସ୍ଥା ହରାଇ ସର୍ତ୍ତ ଓ ସ୍ୱାର୍ଥ ଭିତରେ ll


ଘାତକ ହୁଅଇ କେଜାଣି କାହିଁ

ରାତି ଦିନ ନିଅଣ୍ଟ ଶୋଇବା ନାହିଁ 

ବଞ୍ଚିବା ପ୍ରହେଳିକା ତା ପାଇଁ

କେବେ ଦାନ ଦେଇ କେବେ ନେଇ l


କେବେ ମିଛ କହି ସତ୍ୟ ଜମା ନାହିଁ

ପରକଥା ଏଠି ସେଠି କହି ବିରୁଦ୍ଧ ଆଚରଇ

ବନ୍ଧୁ ପଡବାଚ୍ୟ ହରାଇ ଶତ୍ରୁତା ଆଚରି

କି ଲାଭ ସେ ପାଇ ବିଶ୍ୱାସ ହରାଇ ll


ବିଶ୍ୱାସେ ମିଳଇ ହରି ବଡ଼ପୁରୁଷ ଯାଇଛି କହି

ତୋଷମଦ କରି କଥା ଏପଟ ସେପଟ କରଇ

ମୁଁହରେ ହାଞ୍ଜି ଭିତରେ ଫୌଜି

କଣ ହେଜି କରାଇ ରାଜି କରେ ବେଈମାନି ll


କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର

ଭବେନା ସଜୀଵ ପ୍ରାଣୀ ମଣିଷ ନର

ବିଶ୍ୱାସରେ ବିଷ ଦେଇ ଘାତକ ଯାଏ ହୋଇ

କୋଉ ସ୍ୱାର୍ଥ ସିଦ୍ଧି ପାଇଁ ସେ ଜାଣିଥାଇ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract