STORYMIRROR

Prahallad Sahoo

Romance Tragedy Fantasy

3  

Prahallad Sahoo

Romance Tragedy Fantasy

ପ୍ରଶ୍ନ ସମ୍ପର୍କର

ପ୍ରଶ୍ନ ସମ୍ପର୍କର

1 min
163

ଏବେ ଆଉ କେଉଁ ସମ୍ପର୍କ କୁ ନେଇ ପ୍ରଶ୍ନ କରୁଛ?

ସମ୍ପର୍କର ଦ୍ବାହି ଦେଇ ଆଉ କ୍ଷତାକ୍ତ କରନା 

କର୍ତ୍ତବ୍ଯ ଭୁଲିଯାଇ

ଅଧିକାରର ପ୍ରଶ୍ନ ବାଣ ଆଉ ମାରନା, 

ଅତୀତକୁ ନଜର ଆନ୍ଦାଯ କରି 

ବର୍ତ୍ତମାନର ସ୍ଥାୟୀତ୍ୱ ଜାହିର କରୁଥିବା

ପ୍ରଶ୍ନ ସବୁ କେଉଁ ବାହାନାରେ କରୁଛ ?


ସରକାରୀ ଚାକିରିଆ ବର ବାଛିଥିଲନା ,,,,

ଦି ପୈସା ଅଧିକ ସରକାରୀ ରାଜକୋଷରୁ ମିଳିବ,

ଚାକିରୀର ସ୍ଥାୟୀତ୍ବ ଜୀବନ ବ୍ଯାପି ରହିବ, 

ସବୁଯାକ ସରକାରୀ ସୁବିଧାର ହକଦାର ହେବ,  

ଗାଡି, ବଙ୍ଗଳା, ବେଙ୍କ ବାଲାନ୍ସ ବଢିଯିବ,  

ପୁଅ, ଝିଅ, ସ୍ବାମୀ, ସ୍ତ୍ରୀ ସମସ୍ତଙ୍କ ନାଁର ପ୍ଲଟ୍ 

ସବୁ ସହରରେ କିଣାହେବ, 

ପାଞ୍ଚ, ଛ ଘଣ୍ଟା ଡିୟୁଟି କରି ବାବୁ ଘରକୁ ଫେରିବେ

ସହଧର୍ମିଣୀ ସାଜି ହାତକୁ ସରବତ ଗ୍ଲାସ ଧରେଇଦେଇ

ଦିନ ଯାକର ଭାବିଥିବା କଥା ଗୁଡାକ କହିପକେଇବ

ତାପରେ ମାନ, ଅଭିମାନ, ରାଗ, ରୋଷା, 

ପୁଣି ପ୍ରତିଶୃତି ଓ ପ୍ରତୀକ୍ଷାର ଲମ୍ବା ତାଲିକା

ଅମୁକ ଦୋକାନରୁ ସମୁକ ଜିନିଷ ଆଣିଦେବି

ଅମୁକ ହୋଟେଲରେ ଡିନର କରେଇନେବି

ଅମୁକ ହିଲ ଷ୍ଟେସନର ସମର ହଲିଡେ,

ଏମିତି ଗପ ସପ ହେଉ ହେଉ 

ଦୋକାନ ଖଣ୍ଡେର ବସି କିଛି ଖଟି ମାରିବା ପରେ 

ଡାଇନିଂ ଟେବୁଲରୁ ମାଂସ ପଲାଉର ବାସନା

ଭୋଜନ ପରେ ତାମ୍ବୁଳ ସେବନ 

ଅର୍ଧଚେତନ ଅବସ୍ଥାରେ ଆଖି ପଲକର କମ୍ପନ

ତାପରେ ଜାମିନୀ ଆଉ ଜାୟାର ସମ୍ମୋହନ 

ଭାବନାରେ ଉଲ୍ଲସିତ ସାତ ସପନ ।


ସ୍କୁଲ ଟିଚର, ଛୁଟି ତିନି ମାସ ବର୍ଷର

ବହୁତ ଆନନ୍ଦରେ ତ ଅଛ ନା

ଆଉ ମନେ ପକାଇ କେଉଁ ପ୍ରତିଶୋଧ ନେବ?

ହଁ, ଶୁଣିଥିଲି ତୁମ ବାବୁ କାଳେ ପିଉଛନ୍ତି!

 ସମ୍ଭ୍ରାନ୍ତ ପରିବାରର ସନ୍ତାନ ତ

ନପିଇଲେ ଲୋକ କଣ କହିବେ!

ସେଥିଲାଗି ବୋଧେ ମନେ ପଡିଗଲା,,,,

ତୁମେ ମଦୁଆ ମାତାଲିଙ୍କୁ ପସନ୍ଦ କରନାହିଁ।

ସେତେବେଳେ ମୋତେ ଏଥିଲାଗି ପସନ୍ଦ କରିଥିଲ

ତୁମ ଇଛାର ଓ ମନର ସପନ ବଣିକ ସଜେଇଥିଲ

କିନ୍ତୁ ଆଜି ସବୁ ଖାଲି ପ୍ରତାରଣା 

ଏଇ ଦେଖୁନ ମୁଁ କେମିତି ମୋତେ ପ୍ରତାରିତ କରୁଛି

ତୁମ ପୁଅ ବି ଏସ ସି କରି ସାରିଥିବା ବେଳେ

ମୁଁ ଏବେ ବି ବେଚଲର ,,,,,, 

ତୁମେ ପାଇକରାୟ ପରିବାରର ବଡ ବହୁ

ଆଉ ମୁଁ ???

ଦଳିତ, ନିଷ୍ପେସିତ, ଜର୍ଜରିତ, ଖଣ୍ଡ ବିଖଣ୍ଡିତ 

ଲାଲ ଲେଲିହାନ ବିନ୍ଦୁଟିଏର ଲହୁ

ମୁଁ ବେସରକାରୀ, 

ଏକ ଘରୋଇ କମ୍ପାନୀର ଦାଦନ ଶ୍ରମିକ 

କମ୍ପ୍ୟୁଟର ଭଳି କାମ କରୁଥିବା କମ୍ପ୍ୟୁଟର ଇଞ୍ଜିନିୟର 

ବୁଭକ୍ଷୁ ପ୍ରେମର ଯାତନାରେ କଳଙ୍କିତ 

କେବେ ହେବ ଏହି ପ୍ରତୀକ୍ଷାର ଅନ୍ତ?

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance