STORYMIRROR

Sunanda Mohanty

Romance Fantasy Others

3  

Sunanda Mohanty

Romance Fantasy Others

ବର୍ଷା ହିଁ ପିପାସା

ବର୍ଷା ହିଁ ପିପାସା

1 min
195


କମସେ କମ ଟିକେ ଭଲପାଇବ କି ବର୍ଷା

ଜୀବନ ତମାମ ସଭିଏଁ କରନ୍ତି ଇର୍ଷା

ବୋଧହୁଏ ତୁମ ସାଥେ ହେବାକୁ ଚାହିଁ

ମୁଁ ଯୁଗଳବନ୍ଦୀ, ଆଜି ବନ୍ଦୀ

କିଏ ଏଠି ଅଛି ପ୍ରଗତିବାଦୀ

ତ ସାମ୍ବାଦ ହେଉଛି ବାଦୀ ଓ ସମ୍ବାଦୀ

ମୁଁ ମରୁଛି ମରୁଝରେ ହୋଇ ପ୍ରତିବାଦୀ

ମୋ ଆଖିରେ କଜ୍ଜ୍ୱଳ ରହୁନି ଭେଦି

ମୋ ମଥାର ଟିକିଲି ଜାହିର କରେ ବାସ୍ତବବାଦୀ

ମୋ ପାଉଜିର ଛମ ଛମ ନିସ୍ତବ୍ଧ

ମନ ରୁଦ୍ଧ କୋଠରୀରେ ବନ୍ଦ

ହୁଏତ ମୁଁ ବସ୍ତୁବାଦୀ କିନ୍ତୁ ନୁହେଁ ହେତୁବାଦୀ 

ମୋ ସାମ୍ରାଜ୍ୟମୋ ପାଇଁ

ମୁଁ ନିଜେ ଭୋଦୁଅର ଭାବନାର ସରହଦୀ

ଟପିଯାଇ ପାରିନି ବୋଲି ପ୍ରେମନଦୀ

ବର୍ଷା ତ ବୁଝ ଅନୁଭବି

ମୋ ଜଡ଼ ନୀଡ଼ ଗଡ଼ ସାମ୍ରାଜ୍ୟର

ତୁମେ ହୁଅନା ସନ୍ତ୍ରାସବାଦୀ କି ଆତଙ୍କବାଦୀ 

ମୋ ପାଖରେ ଯେତେସବୁ ଉଇଲ

ଲେଖିଦେବି ତୁମ ନାମରେ ବର୍ଷା

ରାଜି ତ ହୁଅ ମୋ ଯୁଗ୍ମଜୀବନରେ

 ହେବାକୁ ପ୍ରଗଳ୍ଭ ପ୍ରେମନଦୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance