STORYMIRROR

Kalpana Satpathy

Classics Fantasy Inspirational

3  

Kalpana Satpathy

Classics Fantasy Inspirational

ବର୍ଷା ଗୋ ତୁମେ

ବର୍ଷା ଗୋ ତୁମେ

1 min
161

ରିମ୍ ଝିମ୍ ପାଦର ପାଉଁଜି ଶବଦେ

ବର୍ଷା ଗୋ ତୁମେ ସାଜି ଅଭିସାରିକା

ଆସିଗଲ ଧରାଧାମେ ବୋଳି ଦେଇ

ପ୍ରୀତି ର ପୀୟୂଷ।

ପ୍ରକୃତି ମା ଓଠରେ ନାଲି ନାଲି

ହସର ପସରା ଉଙ୍କି ମାରେ

ସବୁଜ ବନାନୀ, ଫୁଲ ଫଳ

ଝୁଲି ଝୁଲି କଥା କହୁଥାନ୍ତି

ମିଠା ମିଠା ସ୍ବରେ

ଆଷାଢର ପହିଲି ସ୍ଫର୍ଶର କଥା

ମନେ ଭରି ମାଦକ।

ଫୁଲ ଟି କହିଲା,ଶୁଣିଛି ମୁଁ

ବେଙ୍ଗୁଲିନାନୀର ମାଦଳର ସ୍ବର

ନାଚି ନାଚି ହଜି ଯାଇଥିଲା ସେ

ବର୍ଷାର ପ୍ରଥମ ଛୁଆଁ ରେ

ପ୍ରିୟତମ ଆଗେ କହୁଥିଲା କେତେ

ଅକୁହା ବେଦନା, ଆଜି ସେ

ପାଇଛି ନିସ୍ତାର ଗ୍ରୀଷମ ର

ଗରମ ତାତିରୁ ଉପସମ

ସତେ ତା ଦେହରେ ସଂଚାରିତ

ହୁଏ ଅକୁହା ସିହରଣ।

ବର୍ଷା ଗୋ ତୁମେ ପାହାଡ଼ ଉହାଡେ

କାହିଁ ଲୁଚିଥିଲ ପ୍ରକୃତି ମା କୋଳ

ଶୂନ୍ୟ କରି,ତୁମର ସେ ଧଳା ଧଳା

ରଙ୍ଗର ଓଢ଼ଣୀରେ ରୂପେଲି

ପରଦା ପରି ଢାଙ୍କି ଦେଇଥିଲ

ସବୁ ହସଖୁସି ବାଧକ କି ସାଜିଥିଲା

ବାଦଲ ର ତାଳ ଆଉ ଲୟ।

ବର୍ଷା ଗୋ ତୁମେ ଅମୃତର ଧାରା

ତୁମରି ଇଙ୍ଗିତ ରେ ଜର୍ଜରିତ ଚିତ୍ତ

ହୋଇଯାଏ ମଥାନତ

ରିମ୍ ଝିମ୍ ଶବଦ ରେ ବି

ଭରି ରହିଥାଏ ଅମୂଲ୍ୟ ରତ୍ନ

ମୁକୁତା ବସଣି ରଚିଦିଏ ନିତି

କରି ଦେଇ ଜଗତକୁ ଆହ୍ୱାନ।

ବର୍ଷା ଗୋ ତୁମେ ସଜବାଜ ହେଲେ

ବଧୂଲି ରୂପରେ ଚିକମିକ୍

ବିଜୁଳି ବି ବାଟ କଢାଇ ନିଏ

ସୂନେଲ ଭବିଷ୍ୟତ ଆଶା ନେଇ

ଘନଘଟା ବରଷାର ଧ୍ୱନି ରେ

ଶୁଭୁଥାଏ ମଣ୍ଡୁକ, ଝିଙ୍କାରି ସଙ୍ଗୀତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics