ଭାବଇ ମୁଁ କିଏ ଜଣେ?
ଭାବଇ ମୁଁ କିଏ ଜଣେ?


ସ୍ୱାର୍ଥାନ୍ଧ ମଣିଷ ପଦ ଲୋଭ ମୋହେ ପଡି,
ଘଟାଇ ଚାଲିଛି ରକ୍ତପାତ
ଭୋଟ ପାଇଁ ଲଗାଏ ଲଢେଇ, କପଟ ପଶା
ରେ ସାରା ଭାରତ ପ୍ରଭାବିତ ।
ପଦବୀ ଲାଳସାରେ ଅନ୍ଧ, ସ୍ଵାର୍ଥର ଶାସକ
ଲୋକଙ୍କୁ ଶିଖାଏ ଅନୀତି ସୂତ୍ର
ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ ସ୍ୱାର୍ଥ ଲାଳସାରେ
ନଜଣାଏ ସମାଜର ସରବ ସତ୍ୟ ।
ପଶୁଠାରୁ ହୀନ ହୋଇଛି ମଣିଷ ଏ କପଟ
ବୁଦ୍ଧିର ଅନ୍ଧତ୍ୱରେ ବଢି
କି ଲାଭ ହୋଇଛି କ, ଖ, ଜ୍ଞାନ ଆହରଣେ
ଅବା ଆକାଶ ବକ୍ଷରେ ଉଡି ।
ଖବର କାଗଜ ଚାହିଁଦେବା ବେଳେ ନିଆରା
ଶୂନ୍ୟତା ମାଡି ଆସୁଛି ମନେ
ଅସଭ୍ୟତାର ସମାଧାନ କଣ ? ନିରୁପାୟ ହୋଇ
ଭାବଇ ମୁଁ କିଏ ଜଣେ ।