ନାରୀଟିଏ, ଅନନ୍ୟ ସୃଷ୍ଟିଟିଏ
ନାରୀଟିଏ, ଅନନ୍ୟ ସୃଷ୍ଟିଟିଏ
ଧନ୍ୟ ହେ ସୃଷ୍ଟି କର୍ତ୍ତା, ଧନ୍ୟ ତୁମ ଲୀଳା
ଗଢ଼ିଛ ବିଶ୍ୱେ ନାରୀକୁ, ଧନ୍ୟ ତୁମ ଖେଳା ।
ଦୃଷ୍ଟ ହୁଏ ସୁନ୍ଦରୀ ବେଶଭୁଷା ଅଳଙ୍କାରେ
ସୁନ୍ଦର ଦିଶେ, ନାଇଥିଲେ କଜଳ ଆଖିରେ ।
ନାରୀ ଏକା, ମମତା ରଜ୍ଜୁରେ ବାନ୍ଧି ପାରେ
ଜନନୀ, ଭଗିନୀ, ଜାୟା ଓ ଦୁହିତା ଭାବରେ ।
ମମତାର ନିର୍ଝରିଣୀ ସେହି ମାତୃ ଜାତି ପରା
ଯୋଡେ ପରିବାର, ମନେ ଥାଏ ମମତା ଭରା ।
ଝିଅ ହୋଇ ମନରେ ମମତା ଜାଗଇ ସେଇ
ବାପା ମାଆଙ୍କ ସେବା କରେ ତାଙ୍କ ପାଖେ ରହି ।
ନାରୀ ଦେଇଛ ତୁମେ କେତେ ଶୀତଳ ସ୍ପନ୍ଦନ
ମନେ ଭିଜା ଭିଜା ଆଶା ଆଉ ଭିଜା ଭିଜା ସ୍ୱପ୍ନ ।
ପତି ସୁଖେ ସୁଖୀ, ଦୁଃଖେ ଦୁଃଖୀ ଚଳେ ପତ୍ନୀଟିଏ
ହୃଦୟରୁ ସ୍ନେହ ଅଜାଡ଼ି ମମତାରେ ବାନ୍ଧି ଥାଏ ।
ମିଠା ମିଠା କଥାରେ ହରି ନିଏ ବ୍ୟଥା, ମନ ହୁଏ ହରଷ
ମଧୁର ବଚନେ ତୋଷେ ମନ, ମୁଖେ ଥାଇ ତାର ହସ ।
ଆ
ଲ୍ହାଦିନୀ ଶକ୍ତି ସୌଭାଗ୍ୟେ ସେ ତ୍ୟାଗର ମୂର୍ତ୍ତି
ସରଳ ସ୍ଵଭାବେ ସମ୍ପାଦନ କରେ ଅନ୍ନପୂର୍ଣ୍ଣା ନୀତି ।
ମମତାର ମୂଲ ମାଗେ ନାହିଁ, ଚାହିଁନି ପ୍ରତିଦାନ
ସନ୍ତାନ ପାଇଁ ମମତା ଝରେ ଅନ୍ତରରୁ ଚିର ଦିନ ।
ସମୟ ବଦଳିଛି, ବଦଳିନି ଏଇ ସେଇ ମଣିଷ
କାଲି ଥିଲା ଭରି କିଛି ଲୋକଂକ ମନେ ବିଶ୍ୱାସ ।
କାଲି ମଧ୍ୟ କାହାର ମନେ ଭରି ଥିଲା ବିଷ
ଆଜି ସେମିତି ଅଛି ମନରେ ବିଶ୍ୱାସ ଓ ବିଷ ।
ଯେ ପକ୍ଷୀ ଉଡେ ଯେତେ ଦୂର, ସେ ଜାଣେ ତାହାର ବେଭାର,
ଆଜି ବି ତାହା ତ ହୋଇନାହିଁ ଦୂର ।
ସବୁ ସେମିତି ରହିଛି ବଦଳିନି ସୃଷ୍ଟିର ନିୟମ
ନାରୀ ପରିବର୍ତ୍ତନ ହୋଇଛି, ତାହା ଆମ ଭ୍ରମ ।
ବିକୃତ ଭାବନା ଆମ ପଟ ବଦଳାଇ ଦେଲା
ପିତୃକୈନ୍ଦ୍ରିକ ତମସା ଆମ ହସ ନେଇ ଗଲା ।
ପ୍ରତିକ୍ଷଣେ ଭାବେ ନିଜେ ଶ୍ରେଷ୍ଠ ଏଇ ସେ ପରୁଷ
ବଢାଇ ସ୍ୱାର୍ଥପରତା ଦିଏ ଖାଲି ନାରୀର ଦୋଷ ।।