STORYMIRROR

sasmita tripathy

Romance Tragedy Fantasy

4  

sasmita tripathy

Romance Tragedy Fantasy

ନାଲି ଓଢଣୀ

ନାଲି ଓଢଣୀ

1 min
547


ମାନୁ ଥିଲା ଭାରି ନାଲି ଓଢଣୀଟି

ପ୍ରିୟାର ଦେହକୁ ମୋର

ଆକାଶି ରଙ୍ଗର ଚୁଡ଼ିଦାର ସାଥେ 

ଆଖିରେ କଜ୍ଜଳ ଗାର


ଜାଣି ଜାଣି ମୁହିଁ ରୁମାଲ ଭୁଲଇ

କଲେଜକୁ ଗଲା ବେଳ 

ବର୍ଷା ଭିଜା ଓଦା ଦେହ ସରାଗରେ

ପୋଛେ ସେ ମୋ ମୁହଁ ଝାଳ 


ଓଢଣୀ ଉଡେଇ ଖୋଲା କବରୀରେ 

ଯାଏ ଯେବେ ପ୍ରିୟା ମୋର

ବକ୍ଷେ ମୋର ଖେଳେ ଉତ୍ତାଳ ତରଙ୍ଗ

ଯେହ୍ନେ ସଗାରେ ଜୁଆର 


ମତୁଆଲା ଦୁଷ୍ଟ ପବନଟା ଯେବେ 

ଓଢଣୀକୁ ଗଲେ ଛୁଇଁ 

ସେହି ଓଢଣୀର ବାସ୍ନା ବିଭୋର ମୁଁ 

ଆନମନା ଯାଏ ହୋଇ 


ତା ନାଲି ଓଢଣୀ ଥିଲା ମୋର ସ୍ବପ୍ନ

ମୋ ଖୁସି ର ପରିସୀମା

ସେ ଓଢଣୀ ବିନା ଲାଗେ ନାହିଁ ମନ

ଭାବନାର ଶେଷ ସୀମା


ଧୀରେ ଧୀରେ ସେହି ନାଲି ଓଢଣୀଟା

ହୃଦୟେ ବାନ୍ଧିଲା ବସା

କହିବି କହିବି ଭାବୁ ଥିଲି ତାକୁ 

ପାରିଲି ନାହିଁ ସହସା


ବିଦାୟର ବେଳ ଆସିଲା ସେଦିନ

ଯାଉ ଥିଲା ପ୍ରିୟା ଦୁରେଇ

ଅସହାୟ ମୋତେ ଦେଖି ହସୁଥିଲା

ନାଲି ଓଢଣୀଟି ଅନେଇ


ସେବେଠାରୁ ଆଉ ମୋ ଝାଳୁଆ ମୁହଁ

ଝାଡିନି କୁହୁଡି ଦେହଟା

ଗୁପ୍ ଚୁପ୍ ଖାଇ ଫେରେ ମୁଁ ଆଜିବି 

ପୋଛି ନାହିଁ କେବେ ମୁହଁଟା 


ଭାବେ ବେଳେ ବେଳେ ଆସିବକି ଫେରି

ମୋର ସେ ସୁନେଲି ଦିନ 

ଫେରାଇବ ପ୍ରିୟା ତା ନାଲି ଓଢଣୀ 

ରଖି ବାକୁ ମୋର ମନ ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance