ନାଲି ଓଢଣୀ
ନାଲି ଓଢଣୀ
ମାନୁ ଥିଲା ଭାରି ନାଲି ଓଢଣୀଟି
ପ୍ରିୟାର ଦେହକୁ ମୋର
ଆକାଶି ରଙ୍ଗର ଚୁଡ଼ିଦାର ସାଥେ
ଆଖିରେ କଜ୍ଜଳ ଗାର
ଜାଣି ଜାଣି ମୁହିଁ ରୁମାଲ ଭୁଲଇ
କଲେଜକୁ ଗଲା ବେଳ
ବର୍ଷା ଭିଜା ଓଦା ଦେହ ସରାଗରେ
ପୋଛେ ସେ ମୋ ମୁହଁ ଝାଳ
ଓଢଣୀ ଉଡେଇ ଖୋଲା କବରୀରେ
ଯାଏ ଯେବେ ପ୍ରିୟା ମୋର
ବକ୍ଷେ ମୋର ଖେଳେ ଉତ୍ତାଳ ତରଙ୍ଗ
ଯେହ୍ନେ ସଗାରେ ଜୁଆର
ମତୁଆଲା ଦୁଷ୍ଟ ପବନଟା ଯେବେ
ଓଢଣୀକୁ ଗଲେ ଛୁଇଁ
ସେହି ଓଢଣୀର ବାସ୍ନା ବିଭୋର ମୁଁ
ଆନମନା ଯାଏ ହୋଇ
ତା ନାଲି ଓଢଣୀ ଥିଲା ମୋର ସ୍ବପ୍ନ
ମୋ ଖୁସି ର ପରିସୀମା
ସେ ଓଢଣୀ ବିନା ଲାଗେ ନାହିଁ ମନ
ଭାବନାର ଶେଷ ସୀମା
ଧୀରେ ଧୀରେ ସେହି ନାଲି ଓଢଣୀଟା
ହୃଦୟେ ବାନ୍ଧିଲା ବସା
କହିବି କହିବି ଭାବୁ ଥିଲି ତାକୁ
ପାରିଲି ନାହିଁ ସହସା
ବିଦାୟର ବେଳ ଆସିଲା ସେଦିନ
ଯାଉ ଥିଲା ପ୍ରିୟା ଦୁରେଇ
ଅସହାୟ ମୋତେ ଦେଖି ହସୁଥିଲା
ନାଲି ଓଢଣୀଟି ଅନେଇ
ସେବେଠାରୁ ଆଉ ମୋ ଝାଳୁଆ ମୁହଁ
ଝାଡିନି କୁହୁଡି ଦେହଟା
ଗୁପ୍ ଚୁପ୍ ଖାଇ ଫେରେ ମୁଁ ଆଜିବି
ପୋଛି ନାହିଁ କେବେ ମୁହଁଟା
ଭାବେ ବେଳେ ବେଳେ ଆସିବକି ଫେରି
ମୋର ସେ ସୁନେଲି ଦିନ
ଫେରାଇବ ପ୍ରିୟା ତା ନାଲି ଓଢଣୀ
ରଖି ବାକୁ ମୋର ମନ ।

