STORYMIRROR

Chittaranjan Nanda

Action Inspirational Others

4  

Chittaranjan Nanda

Action Inspirational Others

ନାହିଁ ସେ ପ୍ରେମ ଶ୍ରଦ୍ଧାଭାବ

ନାହିଁ ସେ ପ୍ରେମ ଶ୍ରଦ୍ଧାଭାବ

1 min
258


ମନେ ପଡେ ପଚାଶ ବରଷ ତଳ ଅବସ୍ଥା 

କଣ ଥିଲା ମୋ ଗାଆଁ,

ସତରେ ନଥିଲା ଏବେର ବଡ ରାସ୍ତା ଅଥବା 

ଏମିତି ରାସ୍ତା ଚକଚକିଆ ।୧।


ବସ ଗୋଟିଏ, ଆମ ଗାଆଁକୁ ଆସୁଣ ଥିଲା

ସକାଳେ, ସନ୍ଧ୍ୟାରେ,

କେତେ ଥର ଚାଲି ଚାଲି ସହରେ ପହଁଚିଛି, 

ବସିଛି ମୁଁ ଥକାରେ ।୨।


ଥିଲା ମାଟି ଆଟୁ ଘର ଓ ନଡା ଛପର ଘର,

ନଥିଲା ବିଜୁଳି ଯୋଗାଣ,

ଥିଲା ସରବଙ୍କ ଚାଳ, ଗାଁ ଯାକରେ ଆଲୁଅ 

ପାଇଁ ଆମର ଥିଲା ଲଣ୍ଠଣ ।୩।


ଖରା ଦିନେ ଯେବେ ଲାଗୁଥିଲା ନିଆଁ, ପାଣି 

ଗରା ଧରି ଛପର ଘରେ,

ଚାଳରୁ ଚାଳ ଡେଇଁ ଡେଇଁ ଜଳଇ ଗାଆଁ, ଯାହା 

ବାକିଥାଏ ମିଶେ ମାଟିରେ ।୪।


ଥିଲା ବଡ ବରଗଛ ଥାଇ ଓହଳ, ଆମ୍ବ ଗଛ 

ଥିଲା ଧାଡି ଧାଡିକି,

ବାରିରେ ଭେଣ୍ଡି, ବାଇଗଣ, କଲରା ଓ ଫସଲ 

ହେଉଥିଲା ଭରି ଭରିକି ।୫।


ଗାଁ ମୁଣ୍ଡରେ ଥିଲା ଶିବ ମନ୍ଦିର, ଭକ୍ତି ଭରା 

ହୃଦୟେ ଭିଡ ଗାଁ ଯାକର,

ଭାଗବତ ରାମାୟଣ କଥା ପାଠ କରା ହୁଏ 

ଭାଗବତ ଟୁଙ୍ଗି ଭିତର ।୬।


ପଡିଆ ନଥିଲା ଧାନ କିଆରୀ, ହରା ଭରା 

ଥିଲା ଗହୀର ମାଳ,

ଲୋକେ ଥିଲେ ଅଭିମାନୀ, ପରିଶ୍ରମୀ, ନଥିଲା 

ତ ଟଙ୍କିକିଆ ଚାଉଳ ।୭।


ବନ୍ଧୁ ବାନ୍ଧବଙ୍କ ସାହାଯ୍ୟ ଓ ପନି ପରିବା 

ଆଦି ବେଭାର ବଳେ 

ଗ୍ରାମରେ ବାହାଘର ବ୍ରତଘର ଓ ଅନ୍ୟ ଭୋଜି 

ଭାତ ସୁନ୍ଦର ଭାବେ ଚଳେ ।୮।


ସରଳ ଜୀବନ ଥିଲା, ସେ କାଳରେ ଥିଲା 

ବେଶି ମନର ସୁଖ,

ସେ ଦୁଃଖ ଭିତରେ ଥିଲାଟି ସୁଖ, ପରସ୍ପର

ମଧ୍ୟେ ବାଣ୍ଟୁଥିଲେଟି ଦୁଃଖ ।୯।


ମୁଁ ଶବଦ ଗର୍ବ ଅହଂକାର କୌଣସି ଗ୍ରାମ

ବାସୀଙ୍କ ମନରେ ନଥିଲା,

ସରବେ ଏକାଠି ରହିବା, ଗାଁକୁ ଗଢିବା ତତ୍ତ୍ୱ

ରେ ଆନନ୍ଦ ବଢି ଯାଉଥିଲା ।୧୦।


ମୁଁ ଓ ମୋ ଧନ ବଢୁ, ରାକ୍ଷସ ମନୋବୃତ୍ତି, ବଢିଛି 

ମୋ ଗାଁ ର ଅଧିବାସୀଙ୍କ ମନରେ

ମନ ହୋଇଛି ଅସ୍ଥିର, ପାଉନି ସେ ପୁରୁଣା ପ୍ରେମ

ଶ୍ରଦ୍ଧାଭାବ, ମୋ ଗ୍ରାମ ଭିତରେ ।୧୧।


ବଢିଛି ଗାଁ ରେ ଗଣେଶ, ଦୁର୍ଗା, ଲକ୍ଷ୍ମୀ, ଓ କାଳୀ

ମଣ୍ଡପ ଓ ପୁଜା ଅର୍ଚ୍ଚନା

ଜୋର ଚାନ୍ଦା, ଡି.ଜି. ସଂଗୀତ, ମଦ ପିଇବା, କଳହ

ଭିତରେ ସମୟ କଟୁଛି ସିନା ।୧୨।



Rate this content
Log in

Similar oriya poem from Action