ନାଗ ବନ୍ଦନା
ନାଗ ବନ୍ଦନା
ନମସ୍ତେ ନମସ୍ତେ ନାଗ ମହା ଭୟଙ୍କର
ନମସ୍ତେ ନମସ୍ତେ ପ୍ରଭୁ ସର୍ପ ଅଧୀଶ୍ଵର ।
ନାଗ ପଞ୍ଚମୀ ରେ ତୁମ୍ଭେ ପାଇ ଥାଅ ପୂଜା
ନମସ୍ତେ ନମସ୍ତେ ନାଗ ସର୍ପ ଙ୍କର ରାଜା ।
ନମସ୍ତେ ଅନନ୍ତ ନମଃ ନମଃ ହେ ବାସୁକି
ଆପଣା ଫଣାରେ ପୃଥ୍ବୀ ଧରି ଅଛ ଟେକି ।
ନାନାଦି ଅଦ୍ଭୁତ ଚିହ୍ନ ଶିରେ ପାଏ ଶୋଭା
ମଣି ବିଭୂଷିତ ହୋଇ ପୁଣି ମନୋଲୋଭା ।
ଦିଶ ତୁମେ ନାନା ନାଗେ କେଡେ ଚମତ୍କାର
ଦରଶନେ ମନେ ନବ ରୋମାଞ୍ଚ ସଞ୍ଚାର ।
ପିତା କାଶ୍ୟପ ସନ୍ତତି ତୁମ୍ଭେ ନାଗ ଜାତି
ମାତା କଦ୍ରୁ ଙ୍କର ଠାରୁ ଲଭିଛ ଉତ୍ପତ୍ତି ।
ବିମାତା ବିନତା ତୁମ୍ଭ , ଗରୁଡ଼ ଙ୍କ ମାତ
ହୋଇ ଥାଅ ତୁମେ ଆହା ଗରୁଡ ଭକ୍ଷିତ ।
ନମସ୍ତେ ତକ୍ଷକ , ଶଙ୍ଖ ପାଳ, ହେ କୁଳିକ
ମଣି ଭଦ୍ର , କଳମ୍ବ ହେ , ନମ ଧୃତରାଷ୍ଟ୍ର ।
ଅଷ୍ଟ କୁଳା , ଶଙ୍ଖଚୁଡ ନମ ଧନଞ୍ଜୟ
କର୍କୋଟକ , ମହା ପଦ୍ମ ନମସ୍ତେ କଳୀୟ ।
ଐରାବତ , ମଣି ଭଦ୍ର ନମସ୍ତେ ଆସ୍ତିକ
ନମସ୍ତେ ନମସ୍ତେ ନମଃ ,ନମସ୍ତେ ତକ୍ଷକ ।