STORYMIRROR

ସୌମ୍ୟରଞ୍ଜନ ନାୟକ

Fantasy Others

4  

ସୌମ୍ୟରଞ୍ଜନ ନାୟକ

Fantasy Others

ମୁଠାଏ ମାଟି ଓ ଆକାଶେ ବିଶ୍ଵାସ

ମୁଠାଏ ମାଟି ଓ ଆକାଶେ ବିଶ୍ଵାସ

1 min
263

ମୁଠାଏ ମାଟି ଓ ଆକାଶେ ବିଶ୍ଵାସ

କାନ୍ଧରେ ବାହିଛି ହଳ ଲଙ୍ଗଳ ।

ମାଟିର ମଣିଷ ସେ ମାଟିରେ ଭିଜି

ଟାଙ୍ଗରା ଭୁଇଁକୁ କରେ ଶସ୍ୟଶ୍ୟାମଳ ।।


ଶରୀରରୁ ସ୍ଵେଦ ବୁହାଇ ଅବିରତ

ଉପୁଜାଏ ଶସ୍ୟ କରେ ସୁନାର କ୍ଷେତ ।

ବିହନ ବୁଣେନି ସେ ବୁଣେ ସପନ

ହୁଏ ଅନ୍ନ ଦାତା ଯୋଗାଏ ଅନ୍ନ ।।


ବରଷା ଭରସାରେ କରଇ ଚାଷ

ସେହି ବରଷା ପୁଣି କରେ ସର୍ବନାଶ ।

ବିଶ୍ଵାସ ଭାଙ୍ଗି ଆକାଶ କରେ ଛଳନା 

କୃଷକ ଯନ୍ତ୍ରଣାରେ ପାଏ ଯାତନା ।।


ଆକାଶ ଉପରୁ ତୁଟଇ ବିଶ୍ଵାସ

ଯେବେ ଝାଳବୁହା ଶ୍ରମ ହୁଅଇ ଧ୍ଵଂସ ।

ହେ ଆକାଶ ତୁ ନ ଭାଙ୍ଗେ ବିଶ୍ଵାସ 

ଯନ୍ତ୍ରଣାରେ ନ ହଜୁ କୃଷକର ହସ ।।


ପ୍ରାକୃତିକ ଦୁର୍ବିପାକ ଉଜାଡେ କ୍ଷେତ

ଭବିଷ୍ୟତ ଚିନ୍ତା ତାକୁ କରେ ବିଚଳିତ ।

ଋଣବୋଝରେ ଅଥୟ ହୁଏ ତା ଚିତ୍ତ

ପରିଶ୍ରମ ତାର ସତେ ହେବ କି ବ୍ୟର୍ଥ !!


ଶସ୍ତା ରାଜନୀତି ଭୋଟ୍ ବ୍ୟାଙ୍କର ତାମସା

ଯୋଜନା ପରେ ଅନେକ ହୁଏ ଯୋଜନା ।

ଲୁଟନ୍ତି ନେତାଏ ଦେଇ ମିଥ୍ୟା ଆଶ୍ୱସନା

କୃଷକ ପରିବାର ପାଏ ଦୁଃଖ ଯାତନା ।।


ସ୍ୱାର୍ଥରେ ହଜିଛି ଭୋକର ଭୂଗୋଳ

ଯୋଜନା ଅନେକ ହେଉଛି ବିଫଳ ।

ଫୁଙ୍ଗୁଳା ଦେହ ତାର ଦିଶେ ଦୁର୍ବଳ 

କ୍ଷୁଧାରେ ଜଳୁଛି ମୃତ୍ୟୁର ଅନଳ ।।


କୃଷି ଉନ୍ନୟନର ମଧୁର ପ୍ରତିଶ୍ରୁତି 

ଜୟ କିଷାନ ସ୍ଲୋଗାନ କାହା ପାଇଁ !

ଚାଷୀ ଯଦି ଏଠି ଦିଏ ଆତ୍ମହୁତି

ମନେ ସ୍ଵତଃ ପ୍ରଶ୍ନ ଆସେ ଭାଇ !!

ସେଥିପାଇଁ ପ୍ରକୃତରେ କିଏ ଦାୟୀ ?

ପ୍ରକୃତରେ କିଏ ଦାୟୀ ? ?


ମାଟିର ମୋହରେ ଗଢା ସମ୍ପର୍କ

ମେଣ୍ଟାଏ କ୍ଷୁଧାର୍ତ୍ତ ଜନର ଭୋକ ।

ଦେଶ ପ୍ରଗତିର ନୀରବ ସାଧକ

ହସିବ ଧରଣୀ ହସିଲେ କୃଷକ ।।

ହସିବ ଧରଣୀ ହସିଲେ କୃଷକ ।।


Rate this content
Log in

Similar oriya poem from Fantasy