ମୁଁ କବିଟିଏ
ମୁଁ କବିଟିଏ
ଏକାନ୍ତରେ ଯେବେ ବସେ
ମନରେ ମୋ କିଛି,
ଶବ୍ଦର ଲହରୀ ଆସେ ।
କାଗଜଟେ ଧରି କଲମ ଛୁଇଁଲେ,
ଶବ୍ଦର ସମ୍ଭାରେ
କବିତାଟେ ହୋଇ ବସେ ।
ଲେଖା ସବୁ ମୋର ପଢ଼ି
ସାଥୀ ବନ୍ଧୁମାନେ କୁହନ୍ତି କାଳେ
ମୁଁ କବିଟିଏ ।
କିଛି କିଛି ଲେଖା ମୋର
ସାଥୀଟିଏ ମୋର ପଢି,
କହେ ତାକୁ କାଳେ ଶାନ୍ତି ମିଳେ ।
କେବେ କେବେ ମନରେ ଆସେ
ବୋଧହୁଏ ମୋ କବିତାର
ମୁଁ କବିଟିଏ ।
