ହେ ବର୍ଷା
ହେ ବର୍ଷା
ହେ ବର୍ଷା ! ଥରେ ଆସି ଦେଖି ଯା
ଧରିତ୍ରୀ ମାତାର ଶୁଷ୍କତା
ମରୁଭୂମିର ଟାଙ୍ଗରା ଭୂଇଁ,
ପୁଣି ପତ୍ର ବିହୀନ ଥୁଣ୍ଟା ଗଛକୁ ।
ହେ ବର୍ଷା ! ଥରେ ଆ
ଧରିତ୍ରୀ ମାତାକୁ ତୋର ସ୍ପର୍ଶରେ
ଓଦା କରିଦେଇ ଯା ।
ତୋର ବର୍ଷିବା ପରେ
ମାଟିର ସେ ବାସ୍ନା, ସବୁଜିମା କ୍ଷେତ
ଆହା କି ମନଲୋଭା !
ସବୁଜ ପତ୍ର ଭରା ପାଦପଗଣ
ତଥା ନଈ, ନାଳ, ପୋଖରୀ
ପୂରି ଉଠୁ ତୋରି ପାଇଁ ।
