STORYMIRROR

Krishna Mishra

Fantasy

4  

Krishna Mishra

Fantasy

ମୁଁ କବିତା କହୁଛି

ମୁଁ କବିତା କହୁଛି

1 min
348


ହେ କବି!

ପାରିବକି ଦେଇ ମୋତେ ନବ କଳେବର?

ନ ଗଢି ସେ ମାନସ ଅଳଙ୍କାର?


ମଥାନ ସିନ୍ଦୁର, ଓଠର ଲାଲିକୁ ଆଉ 

ମାଠିବନି, ଆଙ୍କିବନି ଆଖି କଜ୍ଜଳଗାର !

 ବିସର୍ଜିବ କେଉଁ ଜଳକାନନରେ,

ମେହେନ୍ଦି ସଜ ସାଙ୍ଗକୁ

ପାଉଞ୍ଜି ପାଦର


ଦେହରେ ମୋ ନ ଲେପିବ କସ୍ତୁରୀ ଚନ୍ଦନ,

ଚାହାଣିରେ ମୋ ମାରିବନି,

ତୀର କାମ ପୁଷ୍ପ,

ଜୀବନର ବାସ୍ତବରୂପୀ 

କବିତା ମୁଁ!

ଜାଣେନା,ମାଧୂର୍ଯ୍ୟ, ରତି ରସ

ନଲେଖିବ ତହିଁ, 

 ଯଥାକଥା  ପ୍ରେମ ରସ


ହେ କବି!

ଯଦି ଲେଖିବ!

ଭାବନାରେ କ୍ରାନ୍ତି ଲାଖ ,

ନୀତିସୁରୁଚିର ଶାଶ୍ଵତ ବହ୍ନିମାନ ଯୋଖ,

ପକ୍ଷ ଦେଇ ଗଗନଚୁମ୍ବୀ ଉଡାଣକୁ ଦେଖ


ସଜାଇବ ଯେବେ ମୋ 

ତନୁ ବଲ୍ଲରୀକୁ ,

ଲଲାଟେ ମୋ ଭରିଦେବ 

ଲୁଣାଶ୍ବେଦ ବିନ୍ଦୁ,

ତଳିପାଦେ ବିଛାଇବ ଝଟା କଣ୍ଟା ବଣ,

ପିଠିରେ ରଖିବ ହାତୀଘୋଡା ଭାର

ଆଉ,

ନୟନେ ଝିଲମିଲ ତାରକାର ଫୁଲ


ମୁଁ କବିତା କହୁଛି!

ନବ ଚେତନା କୁ ଅନୁଭବ କର!

କଳ୍ପନାଜାଲକୁ କାଟି, 

ଆସ! 

କିଛି ଲେଖ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy