Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanti Pattnaik

Romance Tragedy

4  

Basanti Pattnaik

Romance Tragedy

ମୁଁ ବଧୂ, ନୁହେଁ ବାରନାରୀ

ମୁଁ ବଧୂ, ନୁହେଁ ବାରନାରୀ

1 min
314


  ମୁଁ ବଧୂ, ନୁହେଁ ତ ବାରନାରୀ

  ଘରକୁ ନିଅ ପାଛୋଟି କରି

  ପାପ କରିଛି ପ୍ରେମ ତ କରି

  ଗର୍ଭେ ଅଛି ସନ୍ତାନ ତୁମରି ।


 ଖରା ବରଷା ଶୀତ କୁ ଧରି

  ତୁମ ଦୁଆରେ ପଡ଼ିଛି ଧରି

  ତୁମ ପରିବାର ବେଶ୍ୟା କହି

  ଛିଃ ଛା କରନ୍ତି ଝାଡୁରେ ମାରି ।


 ଆମ ପ୍ରେମ ତ ପବିତ୍ର ଥିଲା

 ହେଲି ମୁଁ କିପରି ବେଶ୍ୟା ଭଲା?

  ପ୍ରେମ ଆମ କେତେ ଅନାବିଳ

 ତୁମେ ଏ ସବୁ ଭୁଲିକି ଗଲ?


  ଚୋରା ପିରତି ଖେଳ ଖେଳିଲ

  ଗର୍ଭରେ ମୋର ଛୁଆ କୁ ଦେଲ

   କୁହ ଟିକିଏ ବୁଝାଇ ଭଲା

   ଭୁଲ୍ କେଉଁଠି ରହିଛି ପରା...।


    ଲୁଚକାଳି ଖେଳ ତ ଖେଳୁଛ

    ମୋ ପାଖକୁ କାହିଁକି ଆସୁନ?        

ବିଶ୍ବାସ ତୁମେ ବିଷ ଭରିଲ

   ପ୍ରେମ କୁ ତ କଳଙ୍କିତ କଲ ।


   ମଥାରେ ତୁମେ ସିନ୍ଦୂର ଦେଲ

    ତୁମ ପତ୍ନୀ ଅଧିକାର ଦେଲ

    ତନେ ମନେ ଭଲ ତ ପାଇଲ

    ଏବେ କାହିଁକି ଦୂରେଇ ଦେଲ?


    ମୁଁ ପତିବ୍ରତା ଅଟ‌ଇ ନାରୀ

    ତୁମ ଘର ବଧୂ ସର୍ବେ ଜାଣି

    ତୁମ ଘର ର ସମ୍ମାନ ରଖ

    ପାଛୋଟି ନିଅ ହୋଇ ସଜାଗ।।

 

   


Rate this content
Log in

Similar oriya poem from Romance